ଜାତୀୟ ପତାକା ପ୍ରତି ଅସମ୍ମାନ
ମାଲକାନଗିରି, ୧୬ ଜୁନ୍ (ହି.ସ.) - ମାଲକାନଗିରି ଜିଲ୍ଲାର ବିଭିନ୍ନ ସ୍ଥାନରେ ଜାତୀୟ ପତାକା ଦୋକାନ ସମ୍ମୁଖରେ, ଘର ସମ୍ମୁଖରେ, ଶିକ୍ଷାନୁଷ୍ଠାନ ମାନଙ୍କରେ ଶ୍ରଦ୍ଧାର ସହ ଉଡେଇବା ଦେଖିବାକୁ ମିଳିଥାଏ । କିନ୍ତୁ ପରିତାପର ବିଷୟ ପତାକା ଗୁଡିକ କିଛି ଦିନ ପରେ ଚିରା ଅବସ୍ଥାରେ ଝୁଲିବା, ଛିଣ୍ଡି ରାସ୍ତାଘାଟ
ଜାତୀୟ ପତାକା ପ୍ରତି ଅସମ୍ମାନ।


ମାଲକାନଗିରି, ୧୬ ଜୁନ୍ (ହି.ସ.) - ମାଲକାନଗିରି ଜିଲ୍ଲାର ବିଭିନ୍ନ ସ୍ଥାନରେ ଜାତୀୟ ପତାକା ଦୋକାନ ସମ୍ମୁଖରେ, ଘର ସମ୍ମୁଖରେ, ଶିକ୍ଷାନୁଷ୍ଠାନ ମାନଙ୍କରେ ଶ୍ରଦ୍ଧାର ସହ ଉଡେଇବା ଦେଖିବାକୁ ମିଳିଥାଏ । କିନ୍ତୁ ପରିତାପର ବିଷୟ ପତାକା ଗୁଡିକ କିଛି ଦିନ ପରେ ଚିରା ଅବସ୍ଥାରେ ଝୁଲିବା, ଛିଣ୍ଡି ରାସ୍ତାଘାଟ, ନାଳନର୍ଦ୍ଦମାରେ ପଡିଥିବାର ଅନେକ ନଜିର ଅଛି । କିନ୍ତୁ ପ୍ରଶାସନ ଚୁପ୍‌, ଜନସାଧାରଣ ଚୁପ, ବୁଦ୍ଧି ଜୀବି ଚୁପ ଏପରିକି ସମାଜସେବୀ ମଧ୍ୟ ଚୁପ। ସେହିପରି ଏକ ନଜିର ମାଲକାନଗିରି ଆଦର୍ଶ ପୋଲିସ ଥାନା ସମ୍ମୁଖରେ ଥିବା ଏକ ସାର ଦୋକାନରେ ଅବ୍ୟବସ୍ଥିତ ଭାବେ ଜାତୀୟ ପତାକା ଦେଖି ଉକ୍ତ ଦୋକାନର ହିସାବ ରକ୍ଷକକୁ ସ୍ଥାନୀୟ ଜଣେ ଯୁବକ ପତାକା ସଜାଡ଼ିବାକୁ କହିଥିଲେ, କିନ୍ତୁ କିଛି ସୁଫଳ ମିଳିନଥିଲା। ଉକ୍ତ ସ୍ଥାନକୁ ପ୍ରତି ଦିନ ଶହଶହ ଲୋକ ଆସିଥାନ୍ତି । କିନ୍ତୁ କେହି ଏଥି ପ୍ରତି ଧ୍ୟାନ ଦିଅନ୍ତି ନାହିଁ। ସରକାର, ପ୍ରଶାସନ ଏଥି ପ୍ରତି ଦୃଢ ପଦକ୍ଷେପ ନେବା ସହ ସଂସ୍କୃତି ଅଧିକାରୀ ଦୃଷ୍ଟି ଦେବା ପାଇଁ ସ୍ଥାନୀୟ ବୁଦ୍ଧି ଜୀବି ଦାବୀ କରିଛନ୍ତି ।

ହିନ୍ଦୁସ୍ଥାନ ସମାଚାର/ଶିବବ୍ରତ/ଭାନୁ

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande