ଅହମଦାବାଦ, ୧୬ ଜୁନ୍ (ହି.ସ.)- ଅହମଦାବାଦ ବିମାନ ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୯୨ ଜଣ ମୃତକଙ୍କ ଡିଏନଏ ନମୂନା ମେଳକ ହୋଇଛି । ସୋମବାର ସକାଳ ସୁଦ୍ଧା ମୋଟ୍ ୪୭ ମୃତଦେହ ସେମାନଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ଏହା ବ୍ୟତୀତ ଆହୁରି ୮୭ ପରିଜନଙ୍କ ସହିତ ଯୋଗାଯୋଗ କରାଯାଇଛି ।
ସିଭିଲ୍ ହସ୍ପିଟାଲ ସର୍ଜରୀ ବିଭାଗର ପ୍ରଫେସର ଡା. ରଜନୀଶ ପଟେଲ କହିଛନ୍ତି ଯେ, ବର୍ତମାନ ସିଭିଲ୍ ହସ୍ପିଟାଲରେ ୧୩ ପରିଜନ ଉପସ୍ଥିତ ଅଛନ୍ତି । ଯେଉଁ ମାନଙ୍କୁ ସେମାନଙ୍କ ଆତ୍ମିୟଙ୍କ ମୃତଦେହ ସମ୍ମାନପୂର୍ବକ ହସ୍ତାନ୍ତର କରାଯିବ । ଏହା ବ୍ୟତୀତ ଆହୁରି ୮୭ ପରିଜନଙ୍କ ସହିତ ଯୋଗାଯୋଗ କରାଯାଇଛି । ଡା. ପଟେଲ ଆହୁରି ମଧ୍ୟ କହିଛନ୍ତି ଯେ, ଏଭଳି ୧୨ ପରିବାର ରହିଛନ୍ତି, ଯେଉଁମାନେକି ନିଜର ଅନ୍ୟ ପରିଜନଙ୍କ ଡିଏନଏ ମ୍ୟାଚିଙ୍ଗର ଫଳାଫଳର ପ୍ରତୀକ୍ଷା କରିଛନ୍ତି ।
ଡା. ପଟେଲ କହିଛନ୍ତି ଯେ, ଜୁନ୍ ୧୬ ତାରିଖ ସକାଳ ପୂର୍ବାହ୍ନ ୯ଟା ୩୦ ସୁଦ୍ଧା ମୋଟ୍ ୪୭ ମୃତଦେହ ସେମାନଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ତନ୍ମଧ୍ୟରେ ଖେଡ଼ା, ଅହମଦାବାଦ, ବୋଟାଦ, ମହେସାଣା, ଭରୁଚ, ଅରାବଳୀ, ବଡୋଦରା, ଜୁନାଗଡ଼, ଆଣଂଦ, ମହିସାଗର, ଗାନ୍ଧିନଗର ଏବଂ ଭାବନଗର ଜିଲ୍ଲାର ନିବାସୀ ରହିଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ