ଅହମଦାବାଦ ବିମାନ ଦୁର୍ଘଟଣାରେ ପୀଡ଼ିତ ପରିବାର ଠକଙ୍କ ଠାରୁ ସାବଧାନ ରହିବାକୁ ପରାମର୍ଶ
ଅହମଦାବାଦ, ୧୬ ଜୁନ୍ (ହି.ସ.)- ଅହମଦାବାଦ ସିଭିଲ୍ ହସ୍ପିଟାଲର ଆଡିସିନାଲ ସୁପରିଟେଣ୍ଡେଂଟ ଡା. ରଜନୀଶ ପଟେଲ ଅହମଦାବାଦ ବିମାନ ଦୁର୍ଘଟଣାରେ ମୃତକଙ୍କ ପରିଜନଙ୍କୁ ଠକମାନଙ୍କ ଠାରୁ ସାବଧାନ ରହିବାକୁ ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି ଯେ, ଏହି ଦୁଃଖଦ ମୁହୁର୍ତରେ କିଛି ସ୍ୱାର୍ଥୀ ତତ୍ୱ ବ୍ୟକ୍ତି ପୀଡ଼ି
ଅହମଦାବାଦ ବିମାନ ଦୁର୍ଘଟଣାରେ ପୀଡ଼ିତ ପରିବାର ଠକଙ୍କ ଠାରୁ ସାବଧାନ ରହିବାକୁ ପରାମର୍ଶ


ଅହମଦାବାଦ, ୧୬ ଜୁନ୍ (ହି.ସ.)- ଅହମଦାବାଦ ସିଭିଲ୍ ହସ୍ପିଟାଲର ଆଡିସିନାଲ ସୁପରିଟେଣ୍ଡେଂଟ ଡା. ରଜନୀଶ ପଟେଲ ଅହମଦାବାଦ ବିମାନ ଦୁର୍ଘଟଣାରେ ମୃତକଙ୍କ ପରିଜନଙ୍କୁ ଠକମାନଙ୍କ ଠାରୁ ସାବଧାନ ରହିବାକୁ ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି ଯେ, ଏହି ଦୁଃଖଦ ମୁହୁର୍ତରେ କିଛି ସ୍ୱାର୍ଥୀ ତତ୍ୱ ବ୍ୟକ୍ତି ପୀଡ଼ିତ ପରିବାରର ଅସହାୟତାର ସୁଯୋଗ ନେଇ ଠକେଇ କରିବାକୁ ଉଦ୍ୟମ କରିପାରନ୍ତି, ଏନେଇ ସମସ୍ତେ ସତର୍କ ରହିବା ଆବଶ୍ୟକ ।

ଡା. ପଟେଲ ସ୍ପଷ୍ଟ ଭାବେ କହିଛନ୍ତି ଯେ, ଅହମଦାବାଦ ସିଭିଲ୍ ହସ୍ପିଟାଲ ଗୁଜୁରାଟ ସରକାରଙ୍କ ଏକ ୟୁନିଟ୍ ଅଟେ । ଏଠାରେ ରୋଗୀଙ୍କୁ ଯୋଗାଇ ଦିଆଯାଉଥିବା ସମସ୍ତ ସ୍ୱାସ୍ଥ୍ୟସେବା ତଥା ଅନ୍ୟାନ୍ୟ ସୁବିଧା ସମ୍ପୂର୍ଣ୍ଣ ନିଶୁକ୍ଳ ଅଟେ । ବର୍ତମାନ ଚାଲିଥିବା ପାର୍ôଥବ ଶରୀର ହସ୍ତାନ୍ତରର ସମ୍ବେଦନଶୀଳ ପ୍ରକ୍ରିୟା ସହିତ କୌଣସି ବି କାର୍ଯ୍ୟ ପାଇଁ ହସ୍ପିଟାଲ ପ୍ରଶାସନ ଦ୍ୱାରା କୌଣସି ପ୍ରକାରର ଶୁକ୍ଳ କିମ୍ବା ଫି’ ନିଆଯାଉନାହିଁ ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande