ଜମନକିରା ସ୍ୱାସ୍ଥ୍ୟ କେନ୍ଦ୍ରର ବିକଳ ଦୃଶ୍ୟ: ରୋଗୀଙ୍କ ବିପି ଓ ରେଜିଷ୍ଟର ମେଂଟେନାନ୍ସ କରୁଛନ୍ତି ସ୍ୱିପର
ସମ୍ବଲପୁର, ୧୬ ଜୁନ୍ (ହି.ସ.) - ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ଅନ୍ତର୍ଗତ ଫାଶୀମାଲ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଅଧୀନରେ ଥିବା ଜମନକିରା ସ୍ୱାସ୍ଥ୍ୟ କେନ୍ଦ୍ରରେ ପୁଣି ଏକ ବିକଳ ଦୃଶ୍ୟ ସାମନାକୁ ଆସିଛି। ଜମନକିରା ସ୍ୱାସ୍ଥ୍ୟ କେନ୍ଦ୍ରରେ ଜଣେ ସ୍ୱିପର ରୋଗୀମାନଙ୍କ ବିପି ଚେକ କରି ରେଜିଷ୍ଟରରେ ଏଂଟ
ଜମନକିରା ସ୍ୱାସ୍ଥ୍ୟ କେନ୍ଦ୍ରର ବିକଳ ଦୃଶ୍ୟ: ରୋଗୀଙ୍କ ବିପି ଓ ରେଜିଷ୍ଟର ମେଣ୍ଟେନାନ୍ସ କରୁଛନ୍ତି ସ୍ବିପର


ସମ୍ବଲପୁର, ୧୬ ଜୁନ୍ (ହି.ସ.) - ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ଅନ୍ତର୍ଗତ ଫାଶୀମାଲ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଅଧୀନରେ ଥିବା ଜମନକିରା ସ୍ୱାସ୍ଥ୍ୟ କେନ୍ଦ୍ରରେ ପୁଣି ଏକ ବିକଳ ଦୃଶ୍ୟ ସାମନାକୁ ଆସିଛି। ଜମନକିରା ସ୍ୱାସ୍ଥ୍ୟ କେନ୍ଦ୍ରରେ ଜଣେ ସ୍ୱିପର ରୋଗୀମାନଙ୍କ ବିପି ଚେକ କରି ରେଜିଷ୍ଟରରେ ଏଂଟ୍ରି କରିବା ସହ ପ୍ରେସକେପସନରେ ବିପି କେତେ ଅଛି ତାହା ଯାଂଚ କରି ଲେଖୁଥିବା ଭଳି ସମ୍ବେଦନଶୀଳ ଦୃଶ୍ୟ ଦେଖିବାକୁ ମିଳିଛି। ଜମନକିରା ସ୍ୱାସ୍ଥ୍ୟ କେନ୍ଦ୍ରରେ ଜଣେ ଏମବିବିଏସ ଡାକ୍ତର, ଜଣେ ଆୟୁଷ ଡାକ୍ତର, ଜଣେ ଫାର୍ମାସିଷ୍ଟ, ଜଣେ ଡାଟା ଏଂଟ୍ରି, ଜଣେ ନର୍ସ, ଦୁଇ ଜଣ ଡେପୁଟେସନ ନର୍ସ, ଜଣେ ଏଲଟି ଥିବା ସତ୍ୱେ କିଭଳି ଜଣେ ସ୍ୱିପର ରୋଗୀଙ୍କ ବିପି ଯାଂଚ କରୁଛି ତାହା ଚର୍ଚ୍ଚାର ବିଷୟ ପାଲଟିଛି । ସବୁଠୁ ବଡ କଥା ହେଲା ଯେ ଉକ୍ତ ସମୟରେ ସ୍ୱାସ୍ଥ୍ୟ କେନ୍ଦ୍ରରେ ଜଣେ ଡାକ୍ତର, ଜଣେ ଫାର୍ମାସିଷ୍ଟ, ୩ ଜଣ ନର୍ସ ଉପସ୍ଥିତ ଥିବା ସତ୍ୱେ ଏଭଳି ଦୃଶ୍ୟ ଦେଖିବାକୁ ମିଳୁଛି ଯାହାକି ସାଧାରଣ ରୋଗୀଙ୍କ ପାଇଁ ବିପଦର ଆଶଙ୍କା । ହେଲେ ସବୁଠୁ ବଡ କଥା ହେଲା ଯେ ଜମନକିରା ସ୍ୱାସ୍ଥ୍ୟ କେନ୍ଦ୍ରର ଏଭଳି ଅବସ୍ଥା ଉଚ୍ଚ କର୍ତୃପକ୍ଷ ଜାଣୁଥିଲେ ମଧ୍ୟ ଟାଳତୁଳ ନୀତି ଅବଲମ୍ବନ କରି ଘଟଣାକୁ ଏଡାଇ ଦେବା ବୁଦ୍ଧିଜୀବୀ ମହଲରେ ଭ୍ରୁକୁଂଚିତ କରାଇଛି। ଏ ସମ୍ପର୍କରେ ଜମନକିରା ସ୍ୱାସ୍ଥ୍ୟ କେନ୍ଦ୍ର ଦାୟିତ୍ୱରେ ଥିବା ଫାର୍ମାସିଷ୍ଟ ସୁବୋଧ ଆଚାର୍ଯ୍ୟଙ୍କୁ ପଚାରିବାରୁ କୌଣସି କାରଣରୁ ସେ ଗୋଟିଏ ରୋଗୀଙ୍କୁ ଦେଖି ଦେଇଥିବ, ତେବେ ଏମିତି ତ ହେବା କଥା ନୁହଁ ବୋଲି ସଫେଇ ଦେଇଛନ୍ତି। ଆମ ପାଖରେ ଡିଜିଟାଲ ମେସିନ ଅଛି ଏପରି ମେସିନ ପ୍ରାୟ ସମସ୍ତଙ୍କ ଘରେ ଅଛି । ସାଧାରଣ ଲୋକ ମଧ୍ୟ ଏହି ମେସିନରେ ସହଜରେ ବିପି ଯାଂଚ କରିପାରିବେ, ଏବଂ ସେ ପ୍ରିସକେପସନ ପେପର କିଛି ଲେଖିନାହିଁ, ଛୋଟିଆ କାଗଜରେ ଲେଖିଛି ବୋଲି ନିଜ ପ୍ରତିକ୍ରିୟାରେ ଅତି ଖାମଖିଆଲି ଉତର ଦେଇ ନିଜ ବ୍ୟସ୍ତତାକୁ ଫେରିଯାଇଥିଲେ । ତେବେ ଏହି ଡାକ୍ତରଖାନାର ବାସ୍ତବ ରୂପରେଖ କ'ଣ ରହିଛି ତାହା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ତଦନ୍ତ କରିବାର ଆବଶ୍ୟକତା ରହିଛି ବୋଲି ସଚେତନ ମହଲ ଦାବି କରିଛନ୍ତି ।

ହିନ୍ଦୁସ୍ଥାନ ସମାଚାର/ଶୈଳେଶ/ଭାନୁ

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande