ଭୁବନେଶ୍ୱର, ୧୬ ଜୁନ୍ (ହି.ସ.)- ଗତ ୨୪ ଘଂଟା ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ରେକର୍ଡ଼ ହୋଇଛି । କଟକ ଜିଲ୍ଲାର ବାଙ୍କୀରେ ସର୍ବାଧିକ ୧୬୫.୦ ମି.ମି. ବର୍ଷା ରେକର୍ଡ଼ ହୋଇଛି ।
ସେହିପରି ନୟାଗଡ଼ ଜିଲ୍ଲାର ରଣପୁରରେ ୧୧୬.୪ ମି.ମି, ବରଗଡ଼ ଜିଲ୍ଲାର ଅତାବିରାରେ ୧୧୫.୦ ମି.ମି, ସୋନପୁର ଜିଲ୍ଲାର ଉଲୁଣ୍ଡାରେ ୧୦୬.୦ ମି.ମି, କଟକ ଜିଲ୍ଲାର ନରସିଂହପୁରରେ ୮୩.୦ ମି.ମି, ସୋନପୁର ଜିଲ୍ଲାର ବୀରମହାରାଜପୁରରେ ୭୯.୦ ମି.ମି, କେନ୍ଦୁଝର ଜିଲ୍ଲାର ତେଲକୋଇରେ ୭୫.୬ ମି.ମି, ଢ଼େଙ୍କାନାଳ ଜିଲ୍ଲାର କଙ୍କଡ଼ାହାଡ଼ରେ ୭୪.୬ ମି.ମି, ଭୁବନରେ ୭୨.୦ ମି.ମି, ବୌଦ୍ଧ ଜିଲ୍ଲାର ହରଭଙ୍ଗାରେ ୭୦.୦ ମି.ମି, ସୁନ୍ଦରଗଡ଼ ଜିଲ୍ଲାର ହେମଗିରିରେ ୬୬.୦ ମି.ମି ଏବଂ କନ୍ଧମାଳ ଜିଲ୍ଲାର ରାଇକିଆରେ ୬୩.୪ ମି.ମି. ବର୍ଷା ରେକର୍ଡ଼ ହୋଇଛି । ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ହୋଇଥିବା ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ