କନ୍ଧମାଳ ରଜ ମହୋତ୍ସବ ଉଦଯାପିତ
କନ୍ଧମାଳ, ୧୬ ଜୁନ୍ (ହି.ସ.)- ତିନିଦିନ ବ୍ୟାପୀ ବର୍ଣ୍ଣାଢ଼୍ୟ ପରିବେଶରେ କନ୍ଧମାଳ ରଜ ମହୋତ୍ସବ- ୨୦୨୫ ଉଦଯାପିତ ହୋଇଯାଇଛିl ଉଦଯାପିତ ଉତ୍ସଵରେ ଅତିଥି ଭାବେ ଫୁଲବାଣୀ ତହସିଲଦାର ପ୍ରିୟଙ୍କା ପ୍ରିୟଦର୍ଶୀନୀ, ଖଜୁରୀପଡ଼ା ତହସିଲଦାର ଶୁଭଶ୍ରୀ ରଥ ଓ ସରକାରୀ ମହାବିଦ୍ୟାଳୟର ସହକାରୀ ପ୍ରଫେସର ଅଭିପ୍ସା ବଳ
ଫୋଟ


କନ୍ଧମାଳ, ୧୬ ଜୁନ୍ (ହି.ସ.)- ତିନିଦିନ ବ୍ୟାପୀ ବର୍ଣ୍ଣାଢ଼୍ୟ ପରିବେଶରେ କନ୍ଧମାଳ ରଜ ମହୋତ୍ସବ- ୨୦୨୫ ଉଦଯାପିତ ହୋଇଯାଇଛିl ଉଦଯାପିତ ଉତ୍ସଵରେ ଅତିଥି ଭାବେ ଫୁଲବାଣୀ ତହସିଲଦାର ପ୍ରିୟଙ୍କା ପ୍ରିୟଦର୍ଶୀନୀ, ଖଜୁରୀପଡ଼ା ତହସିଲଦାର ଶୁଭଶ୍ରୀ ରଥ ଓ ସରକାରୀ ମହାବିଦ୍ୟାଳୟର ସହକାରୀ ପ୍ରଫେସର ଅଭିପ୍ସା ବଳ ପ୍ରମୁଖ ଯୋଗ ଦେଇଥିଲେ l ସମସ୍ତ ଅତିଥିଙ୍କୁ ରଜ ମହୋତ୍ସବ କମିଟି-୨୦୨୫ ପକ୍ଷରୁ ଫୁଲତୋଡ଼ା ଓ ଟ୍ରଫି ପ୍ରଦାନକରି ସମ୍ବର୍ଦ୍ଧିତ କରଯାଇଥିଲା l ଏହି ଅବସରରେ ସମସ୍ତ ଅତିଥି ଉତ୍କଳୀୟ କଳା, ସଂସ୍କୃତି ଓ ପରମ୍ପରାକୁ ବଜାୟ ରଖିବା ପାଇଁ ରଜ ମହୋତ୍ସବ ପରିଚାଳନା କମିଟିର ଅଧ୍ୟକ୍ଷ ତଥା ବରିଷ୍ଠ ସାମ୍ବାଦିକ ସୁନୀଲ ପଟ୍ଟନାୟକ, କାର୍ଯ୍ୟକାରୀ ଅଧ୍ୟକ୍ଷ ଓ ସାମ୍ୱାଦିକ ରାଧାମୋହନ ମହାପାତ୍ର ଓ ସଦସ୍ୟ ସଦସ୍ୟା ମାନେ ପ୍ରୟାସ କରି କାର୍ଯ୍ୟକ୍ରମକୁ ସଫଳ କରିଥିବାରୁ ଭୂୟସୀ ପ୍ରଶଂସା କରିଥିଲେ l

ଏହି ଅବସରରେ ଜିଲ୍ଲାରେ ପ୍ରଥମ ଥର ପାଇଁ ଆୟୋଜିତ ରଜ କୁଇନ୍ ଓ ମିସେଶ୍ କଂଧମାଳ ସମେତ ଅନ୍ୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା କୃତୀ ପ୍ରତିଯୋଗୀଙ୍କୁ ଅତିଥିଗଣ ଓ କମିଟି ଅଧ୍ୟକ୍ଷ ଓ କାର୍ଯ୍ୟକାରି ଅଧ୍ୟକ୍ଷ ପୁରସ୍କୃତ କରିଥିଲେ l ମିସ ରଜ କୁଇନ ଭାବେ ଫୁଲବାଣୀର ଏମ ବିଜୟ ଲକ୍ଷ୍ମୀ ଦୋରା ଓ ମିସେସ୍ କନ୍ଧମାଳ ଭାବେ ଶ୍ରୀମତୀ ପୁନମ ଚାନ୍ଦଙ୍କ ସମେତ ରନର୍ସ ଅପ ଭାବେ ଉଭୟ ପ୍ରତିଯୋଗିତାରେ ୭ ଜଣ ଓ ନୃତ୍ୟ ଗୀତ, ମ୍ୟୁଜିକ୍ ଚେଆର, ଗୁପଚୁପ ଖାଇବା, ଦଉଡ଼ି ଡିଆଁ, ପୁଚୀ, ଲଡୁ, ବୋତଲ ଠିଆ, ମୋତି ମାଳି ବାଛିବା, ମାଳି ଗୁନ୍ଥିବl , ପିଠା ଓ ମିଠା ପ୍ରତିଯୋଗୀତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ l ସେହିପରି ରଜ ମହୋତ୍ସବ କମିଟି ଅଧ୍ୟକ୍ଷ ସମେତ ସମସ୍ତଙ୍କୁ ସମ୍ବର୍ଦ୍ଧିତ କରଯାଇଥିଲା l ଅlଙ୍କର ଅଶୋକ ମହାନ୍ତିଙ୍କୁ ସୁଚାରୁରୂପେ ମଞ୍ଚ ପରିଚାଳନା କରିଥିବାରୁ କମିଟି ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା l

ଅନ୍ୟ ମାନଙ୍କ ମଧ୍ୟରେ ଉପ ସଭାପତି ଏମ ଡି ଚିଷ୍ଟି, ସମ୍ପlଦକ ନୀଳ ମାଧବ ମିଶ୍ର, ସମାଜ ସେବା ତଥା କୋଷଧ୍ୟକ୍ଷ ପ୍ରସନ୍ନ କୁମାର ସ୍ବାଇଁ,ସାଂସ୍କୃତିକ ସମ୍ପାଦକ ମୁସ୍କାନ ସୁଆର, ଉପା ଧ୍ୟ କ୍ଷ ଉମା ଶଙ୍କର ମହାପାତ୍ର, ସଦସ୍ୟl ଅନିତା ପଟ୍ଟନାୟକ, ଶୁଭ୍ରl ପଟ୍ଟନାୟକ, ସ୍ୱାଗତିକା ପଟ୍ଟନାୟକ, ନିହlରୀକା, ଭାରତୀ ପଣ୍ଡା, ସୁଭଲକ୍ଷ୍ମି ପାତ୍ର, ସାମ୍ୱାଦିକ ସନ୍ତୋଷ ଦିଗାଲ, ଦିଲ୍ଲିପ କୁମାର ମହାପାତ୍ର ପ୍ରମୁଖ ଅନ୍ୟମାନେ ଉପସ୍ଥିତ ଥିଲେ l ଶେଷରେ ରୟାଲ ଡlନ୍ସ ଏମ୍ପାଇରର କଳାକାରମାନେ ରଙ୍ଗlରଙ୍ଗ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ l

ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ


 rajesh pande