ରାଷ୍ଟ୍ରପତିଙ୍କୁ ଭେଟିଲେ ସମ୍ବଲପୁରର ‘ଉକିଆ’ର କଳାକାର
ରାଷ୍ଟ୍ରପତିଙ୍କୁ ଭେଟିଲେ ସମ୍ବଲପୁରର ‘ଉକିଆ’ର କଳାକାର
ରାଷ୍ଟ୍ରପତିଙ୍କୁ ଭେଟିଲେ ସମ୍ବଲପୁରର ‘ଉକିଆ’ର କଳାକାର


ରାଷ୍ଟ୍ରପତିଙ୍କୁ ଭେଟିଲେ ସମ୍ବଲପୁରର ‘ଉକିଆ’ର କଳାକାର


ସମ୍ବଲପୁର, ୧୬ ଜୁନ୍ (ହି.ସ.)

ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ ଆଜି ସମ୍ବଲପୁରର ‘ଉକିଆ’ ଅନୁଷ୍ଠାନର କଳାକାରମାନେ ରାଷ୍ଟ୍ରପତି ଭବନରେ ସାକ୍ଷାତ୍ କରିଛନ୍ତି । ଅନୁଷ୍ଠାନର ମୁଖ୍ୟ ତଥା ନୃତ୍ୟ ନିର୍ଦ୍ଦେଶକ ରଞ୍ଜନ କୁମାର ସାହୁ ଏବଂ ତାଙ୍କ ସାଥୀ କଳାକାରମାନେ ରାଷ୍ଟ୍ରପତିଙ୍କୁ ଭେଟି ଶୁଭେଚ୍ଛା ଜ୍ଞାପନ ସହ ସମ୍ବଲପୁରୀ ନୃତ୍ୟ ପ୍ରତି ଦୃଷ୍ଟି ଆକର୍ଷଣ କରିଥିଲେ ।

ସୂଚନାଯୋଗ୍ୟ ଯେ, ରଜ ପର୍ବ ଅବସରରେ ଏହି କଳାକାରମାନେ ଗତକାଲି ରାଷ୍ଟ୍ରପତି ଭବନ ଠାରେ କାର୍ଯ୍ୟକ୍ରମ ପରିବେଷଣ ପାଇଁ ନିର୍ଦ୍ଧାରିତ ହୋଇଥିଲା । ମାତ୍ର ଅହମଦାବାଦ ଠାରେ ଘଟିଥିବା ବିମାନ ଦୁର୍ଘଟଣା ଯୋଗୁଁ ପ୍ରାଣ ହରାଇଥିବା ଯାତ୍ରୀମାନଙ୍କ ସମବେଦନାର୍ଥେ ଏହି କାର୍ଯ୍ୟକ୍ରମକୁ ବାତିଲ କରାଯାଇଥିଲା ।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande