ସମ୍ବଲପୁର, ୧୬ ଜୁନ୍ (ହି.ସ.) - ଆଜି ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକର ବ୍ଲକ୍ କାର୍ଯ୍ୟାଳୟ ପରିସରରେ ସମ୍ବଲପୁର ଜିଲ୍ଲାପାଳ ଏବଂ ସମ୍ବଲପୁର ଏସ.ପି ମିଳିତ ଜନ ଅଭିଯୋଗ ଶୁଣାଣି କରିଛନ୍ତି । ଏହି ଅଭିଯୋଗ ଶୁଣାଣି ଶିବିରରେ ମୋଟ ୭୪ଟି ଆବେଦନ ଗ୍ରହଣ କରାଯାଇଥିଲା । ଯେଉଁଥିରୁ ୬୨ଟି ଆବେଦନ ବ୍ୟକ୍ତିଗତ ସମ୍ବନ୍ଧୀୟ ଥିବା ବେଳେ, ୧୧ଟି ସମସ୍ୟା ଗ୍ରାମୀଣ ସମସ୍ୟା ଓ ଗୋଟିଏ ରେଡକ୍ରସରୁ ସହାୟତା ରାଶି ନିମନ୍ତେ ଜଡିତ ଥିଲା । ଏହି ଅଭିଯୋଗ ଶୁଣାଣିରେ ମୋଟ୍ ୧୦ ଟି ଅଭିଯୋଗର ସମାଧାନ କରା ଯାଇଥିଲା । ଆଜି ଜିଲ୍ଲାପାଳ ସମ୍ବଲପୁର ଅଭିଯୋଗ ଶୁଣାଣି ଠାରେ ରେଡକ୍ରସ ଅଧୀନରେ ଜଣେ ହିତାଧିକାରୀଙ୍କୁ ୩୦ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରିଥିଲେ। ସେହିପରି ୩ ଜଣ ହିତାଧିକାରୀଙ୍କୁ ହୁଇଲ ଚେୟାର, ମଧୁବାବୁ ପେନସନ ଯୋଜନାରେ ୦୩ ଜଣ ବିଧବା ହିତାଧିକାରୀଙ୍କୁ ଭତା, ଏବଂ ଜଣେ ଅବିବାହିତାଙ୍କୁ ଭତା, ଜଣେ ହିତାଧିକାରୀଙ୍କୁ ଭିନ୍ନକ୍ଷମ ଭତା ଏବଂ ଜଣେ ହିତାଧିକାରୀଙ୍କୁ ବର୍ଦ୍ଧିତ ଭତା ପ୍ରଦାନ କରିଥିଲେ।
ହିନ୍ଦୁସ୍ଥାନ ସମାଚାର/ଶୈଳେଶ/ଭାନୁ
ହିନ୍ଦୁସ୍ଥାନ ସମାଚାର / ଶୈଳେଶ