ରିଜର୍ଭ ବ୍ୟାଙ୍କ ଏହାର ଆନ୍ଧ୍ର ପ୍ରଦେଶ ଆଂଚଳିକ କାର୍ଯ୍ୟାଳୟକୁ ବିଜୟୱାଡାକୁ କରିଛି ସ୍ଥାନାନ୍ତର
ମୁମ୍ବାଇ, ଜୁନ୍ ୧୬ (ହିସ)- ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଆନ୍ଧ୍ର ପ୍ରଦେଶ ଆଂଚଳିକ କାର୍ଯ୍ୟାଳୟକୁ ରାଜ୍ୟର ବିଜୟୱାଡାକୁ ସ୍ଥାନାନ୍ତର କରିଛି। ପୂର୍ବରୁ ଏହି କାର୍ଯ୍ୟାଳୟ ହାଇଦ୍ରାବାଦରୁ କାର୍ଯ୍ୟ କରୁଥିଲା। ରିଜର୍ଭ ବ୍ୟାଙ୍କର ଡେପୁଟି ଗଭର୍ଣ୍ଣର ଟି. ରବି ଶଙ୍କର ବିଜୟୱାଡାରେ ନୂତନ ଆରବିଆଇ କାର
ରିଜର୍ଭ ବ୍ୟାଙ୍କ ଏହାର ଆନ୍ଧ୍ର ପ୍ରଦେଶ ଆଂଚଳିକ କାର୍ଯ୍ୟାଳୟକୁ ବିଜୟୱାଡାକୁ କରିଛି ସ୍ଥାନାନ୍ତର


ମୁମ୍ବାଇ, ଜୁନ୍ ୧୬ (ହିସ)- ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଆନ୍ଧ୍ର ପ୍ରଦେଶ ଆଂଚଳିକ କାର୍ଯ୍ୟାଳୟକୁ ରାଜ୍ୟର ବିଜୟୱାଡାକୁ ସ୍ଥାନାନ୍ତର କରିଛି। ପୂର୍ବରୁ ଏହି କାର୍ଯ୍ୟାଳୟ ହାଇଦ୍ରାବାଦରୁ କାର୍ଯ୍ୟ କରୁଥିଲା। ରିଜର୍ଭ ବ୍ୟାଙ୍କର ଡେପୁଟି ଗଭର୍ଣ୍ଣର ଟି. ରବି ଶଙ୍କର ବିଜୟୱାଡାରେ ନୂତନ ଆରବିଆଇ କାର୍ଯ୍ୟାଳୟର ଉଦଘାଟନ କରିଛନ୍ତି।

ଆରବିଆଇ ଅନୁଯାୟୀ, ନୂତନ ଆଂଚଳିକ କାର୍ଯ୍ୟାଳୟ ବିଜୟୱାଡାରେ ସମନ୍ୱିତ ବ୍ୟାଙ୍କିଂ ବିଭାଗ (ଆଇବିଡି), ଆର୍ôଥକ ଅନ୍ତର୍ଭୁକ୍ତିକରଣ ଏବଂ ବିକାଶ ବିଭାଗ (ଏଫଆଇଡିଡି), ବିଦେଶୀ ମୁଦ୍ରା ବିଭାଗ (ଏଫଇଡି) ଏବଂ ତଦାରଖ ବିଭାଗ (ଡିଓଏଫ) ସହିତ କାର୍ଯ୍ୟ କରୁଛି। ଏହା ସହିତ, ମାନବ ସମ୍ବଳ ପରିଚାଳନା ବିଭାଗ (ଏଚଆରଏମଡି), କେନ୍ଦ୍ରୀୟ ପ୍ରତିଷ୍ଠାନ ବିଭାଗ (ସିଇଏମ୍‌), ସରକାରୀ ଭାଷା ପ୍ରକୋଷ୍ଠ, ଆକାଉଂଟସ୍ ବଜେଟ୍ ଏବଂ ନିୟନ୍ତ୍ରଣ ପ୍ରକୋଷ୍ଠ (ପିଏଫଏସଇ), ସୂଚନା ପ୍ରଯୁକ୍ତିବିଦ୍ୟା ପ୍ରକୋଷ୍ଠ (ଏବିସିସି) ଏବଂ ପ୍ରୋଟୋକଲ୍ ଏବଂ ସୁରକ୍ଷା ପ୍ରକୋଷ୍ଠ (ପିଆଣ୍ଡଏସଇ) ମଧ୍ୟ ବିଜୟୱାଡାରେ କାର୍ଯ୍ୟ କରିବ।

କେନ୍ଦ୍ରୀୟ ବ୍ୟାଙ୍କ କହିଛି ଯେ ଆନ୍ଧ୍ର ପ୍ରଦେଶ ପାଇଁ ମୁଦ୍ରା ପରିଚାଳନାର କାର୍ଯ୍ୟ ହାଇଦ୍ରାବାଦରେ ଥିବା ରିଜର୍ଭ ବ୍ୟାଙ୍କର କାର୍ଯ୍ୟାଳୟ ଦ୍ୱାରା ଜାରି ରହିବ। ଏହି ଆଂଚଳିକ କାର୍ଯ୍ୟାଳୟର ନେତୃତ୍ୱ ଆଂଚଳିକ ନିର୍ଦ୍ଦେଶକ ଆତାହ ଉମର ବଶିର ନେଉଛନ୍ତି।

--------------

---------------

ହିନ୍ଦୁସ୍ଥାନ ସମାଚାର / ଗଗନ


 rajesh pande