ଓମାନ୍ ସମୁଦ୍ରର ୧୦୦ ଫୁଟ୍ ଗଭୀରକୁ ଡାଇଭ୍ କରି ନୂଆଁ ରେକର୍ଡ କଲେ ତିଶ୍ୟା

ସମ୍ବଲପୁର, ୧୬ ଜୁନ୍ (ହି.ସ.) ଦୁବାଇରେ ଅବସ୍ଥାନ କରୁଥିବା ସମ୍ବଲପୁରର ତିଶ୍ୟା ପାଣିଗ୍ରାହୀ ଓମାନ୍‌ର ଗାର୍ଡେନ୍ ଅଫ୍ ଇଡେନ୍ ସମୁଦ୍ରରେ ୧୦୦ ଫୁଟ୍ ଗଭୀରକୁ ସ୍କୁବା ଡାଇଭ୍ କରି ନୂଆ କୀର୍ତ୍ତିମାନ ସ୍ଥାପନ କରିଛନ୍ତି । ନିଜର ୧୫ ତମ ଜନ୍ମ ଦିବସ ଏବଂ ବିଶ୍ୱ ସମୁଦ୍ର ଦିବସ ଅବସରରେ ସେ ଏହି ସଫଳତା ହାସଲ କରିଛନ୍ତି । ୨୦୨୦ରେ ତିଶ୍ୟା ୧୦ ବର୍ଷ ବୟସରେ ଓଡ଼ିଶାର ସର୍ବ କନିଷ୍ଠ ସ୍କୁବା ଡାଇଭର ଆଖ୍ୟା ଅର୍ଜନ କରିଥିଲେ । ୧୨ ବର୍ଷ ବୟସରେ ୨୧ ମିଟର ଗଭୀର ସମୁଦ୍ରକୁ ଡାଇଭ୍ କରି ଆର୍ନ୍ତଜାତୀୟ ପେଡ଼ି ସଂସ୍ଥା ଦ୍ୱାରା ଏଡ଼୍‌ଭାନ୍‌ସ ୱାଟର ଡାଇଭର ମାନ୍ୟତା ପାଇଥିଲେ । ଏବେ ସଦ୍ୟତମ ଡାଇଭ୍‌ରେ ନିଜ ବାପା ତଥା ପେଡ଼ି ମାନ୍ୟତା ପ୍ରାପ୍ତି ସ୍କୁବା ଡାଇଭର ପ୍ରିୟଦର୍ଶୀ ପାଣିଗ୍ରାହୀ ମଧ୍ୟ ତାଙ୍କ ସହିତ ଅତଳ ସମୁଦ୍ରକୁ ଡାଇଭ୍ କରିବାରେ ସାମିଲ ହୋଇଥିଲେ । ଓମାନ୍‌ର ନାସେର୍ ଅଲ୍‌-ଖାନ୍‌ଜରୀ (ମସ୍କଟ୍ ଓମାନ୍‌ଟା ସ୍କୁବା ଡାଇଭିଂ ଏକାଡ଼େମୀର ମାଲିକ) ମଧ୍ୟ ଥିଲେ । ଗତ ୮ ତାରିଖ ଦିନ ଏହି କୀର୍ତ୍ତିମାନ ସମୟରେ ତିଶ୍ୟା ନିଜର ୧୫ତମ ଜନ୍ମ ଦିବସ ଏବଂ ବିଶ୍ୱସମୁଦ୍ର ଦିବସର ପ୍ଳାକାର୍ଡ ସମୁଦ୍ର ଭିତରୁ ପ୍ରଦର୍ଶନ କରିଥିଲେ । ସମୁଦ୍ର ତଳରେ ବିଭିନ୍ନ ପ୍ରଜାତିର ମାଛ ସହିତ କଇଁଛମାନଙ୍କ ଗହଣରେ ତିଶ୍ୟା କିଛି ସମୟ ଅତିବାହିତ କରିଥିଲେ । ତିଶ୍ୟା ପୂର୍ବତନ ସାଂସଦ ତଥା ମନ୍ତ୍ରୀ ଶ୍ରୀବଲ୍ଳଭ ପାଣିଗ୍ରାହୀ ଏବଂ ସମ୍ବଲପୁର ସରକାରୀ ମହିଳା କଲେଜ ପ୍ରାକ୍ତନ ଅଧ୍ୟକ୍ଷା ସୁନନ୍ଦା ପାଣିଗ୍ରାହୀ ଓ ପୂର୍ବତନ ବିଧାୟକ ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ନାତୁଣୀ ଅଟନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ

 rajesh pande