ସରକାର ଙ୍କ ବିକାଶ ପଥର କାହାଣୀ କହେ ବିକାଶ ବାହକ
ଭବାନୀପାଟଣା, ୧୬ ଜୁନ (ହି.ସ.) - ଆଜି ଭବାନୀପାଟଣା ବ୍ଲକ ର ଗୁରଜୁଙ୍ଗ ପଂଚାୟତ ରେ ବିକାଶ ବାହକ ରଥ, ଏହି ରଥ ଗାଡି ପଂଚାୟତ ରେ ପହଂଚିବା କ୍ଷଣି ପଂଚାୟତର ସରପଂଚ ସୁଷମା ସାହୁ ଅଙ୍ଗନବାଡି କର୍ମୀ, ଅଶୋକା ମଞ୍ଜରୀ ନାଏକ, ସଂଯୁକ୍ତା ତାଣ୍ଡି, ସାଧବୀ ଯୁଆଡ, ଜୟନ୍ତୀ ବେହେରା ସମେତ ଏମ ବିକେ ଲବଣି ସାହୁ, ଭ
ସରକାର ଙ୍କ ବିକାଶ ପଥର କାହାଣୀ କହେ ବିକାଶ ବାହକ, ଗୁରଜୁଙ୍ଗ ପଂଚାୟତ ରେ


ଭବାନୀପାଟଣା, ୧୬ ଜୁନ (ହି.ସ.) - ଆଜି ଭବାନୀପାଟଣା ବ୍ଲକ ର ଗୁରଜୁଙ୍ଗ ପଂଚାୟତ ରେ ବିକାଶ ବାହକ ରଥ, ଏହି ରଥ ଗାଡି ପଂଚାୟତ ରେ ପହଂଚିବା କ୍ଷଣି ପଂଚାୟତର ସରପଂଚ ସୁଷମା ସାହୁ ଅଙ୍ଗନବାଡି କର୍ମୀ, ଅଶୋକା ମଞ୍ଜରୀ ନାଏକ, ସଂଯୁକ୍ତା ତାଣ୍ଡି, ସାଧବୀ ଯୁଆଡ, ଜୟନ୍ତୀ ବେହେରା ସମେତ ଏମ ବିକେ ଲବଣି ସାହୁ, ଭାଗ୍ୟ ବତୀ ହରପାଳ ପ୍ରମୁଖ ଆଶା କର୍ମୀ ସି ଆର ପି, ୱାର୍ଡ ମେମ୍ବର ତଥା ପି ଇ ଓ ଅଭିମନ୍ୟୁ ନାଏକ ଓ ପଂଚାୟତ କର୍ମ କର୍ତା, କୃଷି ବିଭାଗ ରୁ ଦିଲ୍ଲୀପ ମାଝୀ ଉପସ୍ଥିତ ରହି ବିକାଶ ବାହକ ରଥ ଗାଡି କୁ ପୂର୍ଣ୍ଣ କଳସ ସ୍ଥାପନ କରି ବନ୍ଧା ପନା କରିଥିଲେ । ମହିଳା ମାନଙ୍କ ହୁଳହୁଳିରେ ପ୍ରକମ୍ପିତ ହୋଇଥିଲା । ଏହାପରେ ପ୍ରଧାନମନ୍ତ୍ରୀଙ୍କ ଭାଷଣରୁ ଓଡିଶା ସରକାରଙ୍କ ଏକ ବର୍ଷ ପୂର୍ତିର ଉପଲବ୍ଧି ଅନେକ, ବିକାଶ ବିବରଣୀ ସହ ଓଡିଶାକୁ ବିକାଶ କରିବାକୁ କେନ୍ଦ୍ର ସରକାର ସବୁବେଳେ ସାଙ୍ଗରେ ଥିବା ପ୍ରକାଶ, ଏବଂ ଓଡିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କ ଓଡିଶା ବିକାଶ ର ବିଭିନ୍ନ ଯୋଜନା ଅନୁସୂଚିତ ଜନଜାତିର ବିକାଶ, ସମୃଦ୍ଧ ଓଡିଶା ଯୋଜନା, ପୁରୀ ଜଗନ୍ନାଥ ମନ୍ଦିର ର ଚାରି ଦ୍ୱାର ଖୋଲିବା, କରପାସ ପାଣ୍ଠି ୫୦୦କୋଟି, ଓଡ଼ିଆ ଅସ୍ମିତା, ମହିଳା ସଶକ୍ତିକରଣ ଯୋଜନା, ସମୃଦ୍ଧି ଗ୍ରାମୀଣ, କୃଷକଙ୍କୁ ଧାନ ର ମୂଲ୍ୟ ୩୧୦୦/-ଟଙ୍କା ବୃଦ୍ଧି, ଖାଦ୍ୟ ଯୋଜନା, ସମସ୍ତ ଙ୍କୁ ଶୁଦ୍ଧ ପାନୀୟ ଜଳ ଯୋଗାଣ, ମମତା ଯୋଜନା ରେ ୧୨ହଜାର ଝିଅ ଜନ୍ମ କଲେ ଓ ୧୦ହଜାର ଟଙ୍କା ପୁଅ ଜନ୍ମ କଲେ ମିଳିବ । ରାସ୍ତା ସଂଯୋଗୀକରଣ, ଅନ୍ତୋଦୟ ଗୃହ ଯୋଜନା, ଇତ୍ୟାଦି ସାମାଜିକ ସୁରକ୍ଷା, ପ୍ରମୁଖ ଓଡିଶା ବିକାଶ ପ୍ରମୁଖ ବିକାଶ କାର୍ଯ୍ୟକ୍ରମକୁ ଲୋକଲୋଚନକୁ, ସାଧାରଣ ଜଣକୁ ସୂଚାଇ ଦିଆ ଯାଇଥିଲା । ଲୋକମାନେ ସମସ୍ତେ ଆନନ୍ଦିତ ହୋଇ ଏହି ବିକାଶ କାର୍ଯ୍ୟକ୍ରମକୁ ଅବଲୋକନ କରିବାକୁ ସହ ପଂଚାୟତର ବିଭିନ୍ନ ହିତାଧିକାରୀ ଙ୍କୁ ମଧୁବାବୁ ପେନସନ ବଂଟନ କରିବାସହ କର୍ଲା ପିଟା ଗ୍ରାମର ଭିନ୍ୟ କ୍ଷମ କୁମୁଦିନୀ ସାହୁଙ୍କ ହୂଏଲ ଚାଏର ପ୍ରଦାନ କରାଯାଇଥିଲା । ବିକାଶର ପ୍ରଚାର ପେପର ସମସ୍ତଙ୍କୁ ପ୍ରଦାନ କରାଯାଇଥିଲା ।

ହିନ୍ଦୁସ୍ଥାନ ସମାଚାର/ଜୟକୃଷ୍ଣ/ଭାନୁ

ହିନ୍ଦୁସ୍ଥାନ ସମାଚାର / ଜୟକୃଷ୍ଣ


 rajesh pande