ଷ୍ଟେପ୍ ଅପ୍ ନୃତ୍ୟ ପ୍ରତିଯୋଗିତା : ବିଭିନ୍ନ ରାଜ୍ୟରୁ ଯୋଗଦେଲେ ୨୨୮ ପ୍ରତିଯୋଗୀ
ଷ୍ଟେପ୍ ଅପ୍ ନୃତ୍ୟ ପ୍ରତିଯୋଗିତା : ବିଭିନ୍ନ ରାଜ୍ୟରୁ ଯୋଗଦେଲେ ୨୨୮ ପ୍ରତିଯୋଗୀ
ଷ୍ଟେପ୍ ଅପ୍ ନୃତ୍ୟ ପ୍ରତିଯୋଗିତା : ବିଭିନ୍ନ ରାଜ୍ୟରୁ ଯୋଗଦେଲେ ୨୨୮ ପ୍ରତିଯୋଗୀ


ସମ୍ବଲପୁର, ୧୬ ଜୁନ୍ (ହି.ସ.) ରୋଟାରୀ କ୍ଲବ୍‌, ସମ୍ବଲପୁର ସିଟି ପକ୍ଷରୁ ଭାରତୀୟ ସାଂସ୍କୃତିକ ଓ ଲୋକନୃତ୍ୟ ପ୍ରତିଯୋଗିତା “ଷ୍ଟେପ୍ ଅପ୍‌” ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶା, ଆନ୍ଧ୍ର, ତେଲେଙ୍ଗାନା, ଛତିଶଗଡ଼ ପ୍ରଭୃତି ରାଜ୍ୟର ୨୨୮ ଜଣ ତରୁଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିବା ଏହି କାର୍ଯ୍ୟକ୍ରମକୁ ଆଇଆଇଏମ୍ ସମ୍ବଲପୁରର ନିର୍ଦ୍ଦେଶକ ମହାଦେବ ଜୟସ୍ୱାଲ ଏବଂ ହୀରାକୁଦ ଡିଏଫ୍‌ଓ ଅଂଶୁପ୍ରଜ୍ଞା ଦାଶ ଉଦ୍‌ଘାଟନ କରିଥିଲେ । ଏଥିରେ ରୋଟାର ଡିଷ୍ଟ୍ରିକ୍ଟ ଗଭର୍ଣ୍ଣର ଅଖିଳ ମିଶ୍ର ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ । ରେଶମା ଶ୍ରୀକୁମାର, ସ୍ନେହପ୍ରଭା ସାମନ୍ତରାୟ, ରିଙ୍କୁ ସାହୁ, ପ୍ରଭାତ କୁମାର ସାହୁଙ୍କ ତତ୍ତ୍ୱାବଧାନରେ ଆକର୍ଷଣୀୟ ନୃତ୍ୟପ୍ରଦର୍ଶନ କରାଯାଇଥିଲା । କ୍ଲବ୍‌ର ହେମନ୍ତ କୁମାର ପାଣିଗ୍ରାହୀ, ପ୍ରକଳ୍ପ ଅଧ୍ୟକ୍ଷ ଯତୀନ୍ଦ୍ର ଶର୍ମା, ସହ ଅଧ୍ୟକ୍ଷ ଲଳିତ ରୋହିଦାସ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ଏସ୍‌ପି ମୁକେଶ କୁମାର ଭାମୁ, ପଦ୍ମଶ୍ରୀ ଡ. ଜିତେନ୍ଦ୍ର ହରିପାଲ ପୁରସ୍କାର ବିତରଣ କରିଥିଲେ । ସବ୍‌ଜୁନିୟର ଏକକରେ ହିତିକାମୟୀ ବିଶ୍ୱାଳ ଏବଂ ଅଭିକାଂକ୍ଷା ପାତ୍ର ବିଜେତା, ସାରା ଓ ପୂର୍ବୀ ପ୍ରଥମ, ସ୍ମୃତିଜେନା ଦ୍ୱିତୀୟ ରନର୍ସ ଅପ୍ ହେଇଥିଲେ ।

ଜୁନିୟର ଏକକରେ ଦେବ୍ୟାନୀ ଦେହୁରୀ ବିଜେତା, ସତ୍ୟମ୍ କୁମାର ପାତ୍ର ଓ ସାଇସିଦ୍ଧି ମହାପାତ୍ର ପ୍ରଥମ ଏବଂ ଶ୍ରେୟଶ୍ରୀ ମିର୍ଦ୍ଧା ଦ୍ୱିତୀୟ ରନର୍ସ ଅପ୍ ହେଇଥିଲେ । ସିନିୟର ଏକକ ବର୍ଗରେ ସ୍ୱୀକୃତି ମହାପାତ୍ର ଓ ପଲ୍ଲବୀ ମେହେର ବିଜେତା, ସାଧନା ଘୋଷ ଓ ଦୀପାଞ୍ଜଳି ନାୟକ ପ୍ରଥମ ଏବଂ ସାହିଲ୍ ପାଢ଼ୀ ଦ୍ୱିତୀୟ ରନର୍ସ ଅପ୍ ହେଇଥିଲେ । ଦଳଗତ ବର୍ଗରେ ଜିଗ୍‌ଜାଗ୍ ଏବଂ ନାଟ୍ୟକଳା କ୍ଷେତ୍ର ସ୍କୁଲ ବିଜେତା, ଉତ୍ତମ ସିଂ ଏବଂ ତାଙ୍କ ସାଥୀ ପ୍ରଥମ ଓ ନୃତ୍ୟଶ୍ରୀ ଡେନ୍‌ସ ଏକାଡ଼େମୀ ଦ୍ୱିତୀୟ ରନର୍ସଅପ୍ ପୁରସ୍କାର ହାସଲ କରିଥିଲେ ।

କ୍ଲବ୍ ପକ୍ଷରୁ ଗୌରୀଶଙ୍କର ପନୱାର, ସୂର୍ଯ୍ୟ ଗୁରୁ, ବରୁଣ ଛନ୍ନା, ପଙ୍କଜ ଲାଠ୍‌, ବିଶାଳ ଭାଟିଆ, ପ୍ରତୀଲ୍‌କ ଶ୍ରୀରାମକା, ରାହୁଲ ଶର୍ମା, ତାରିଣୀ ପାଣିଗ୍ରାହୀ, ଶ୍ୟାମ ରାଠୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande