ବଲାଙ୍ଗିର ,୧୬ ଜୁନ୍ (ହି.ସ.) - ବଲାଙ୍ଗିର କରାଟେ ସ୍କୁଲ ଠାରେ ୨୭ ଦିନିଆଁ ଗ୍ରୀଷ୍ମ କାଳିନ କରାଟେ, କିକ୍ ବକ୍ସିଂ ଓ ଆôତ୍ମସୁରକ୍ଷା ପ୍ରଶିକ୍ଷଣ ତାଲିମ ଶିବର ଉଦ୍ଯାପିତ ହୋଇଯାଇଛି । ଏହି ଶିବିର ୨୦ ମଇ ରୁ ୧୫ ଜୁନ ପର୍ଯ୍ୟନ୍ତ ହୋଇଯାଇଛି । ଏହି ଶିବିରରେ ମୋଟ ୪୫ ଜଣ ବାଳିକା ଓ ବାଳକ ଭାଗ ନେଇଥିବା ବେଳେ କରାଟେ ସ୍କୁଲ ମୁଖ୍ୟ କୋଚ ତଥା ସଂପାଦକ ହୃଦୟ ଶବର, ସହ-କୋଚ ଚନ୍ଦ୍ର ଶେଖର ସେଠ, ମହିଳା ପ୍ରଶିକ୍ଷିକା ରେଖା ମନହିରା, ଭଗବତୀ ଭୋଇ ଓ ବିନୋଦିନି ଠେଲା ପରିଚାଳିତ କରିଥିଲେ । ଏହି ପରିପ୍ରକ୍ଷୀ ରେ ବେଲ୍ଟ ଗ୍ରେଡିଙ୍ଗ ମଧ୍ୟ ହୋଇଯାଇଛି । ଏହି ପରିକ୍ଷାରେ ୨୫ ଜଣ କରାଟେକା ଉନ୍ନିତ ହୋଇଥିଲେ । ୟେଲୋ ବେଲ୍ଟ- ଅଭିନନ୍ଦନ ସ୍ୱାମି, ଆଶୁତୋଷ ଗଡୁଆ, ହିତେଶ ବେହେରା ଓ ପାୱନ ମିଶ୍ର। ଓରେଞ୍ଜ ବେଲ୍ଟ - ଶ୍ରୀୟା ସାହୁ, ଅଂଶୁମାନ ଧରୁଆ, ଶ୍ରୀୟାଂଶି ମେହେର, ପଲ୍ଲବି ନାଏକ, ପ୍ରତିକ୍ଷାରାଣୀ ପୁଟା, ସ୍ୱାଗତ ମେହେର, ଇଭାନ ପ୍ରଧାନ, ଶଲୈଶ ବିଶ୍ୱାଲ, ଚନ୍ଦନ ବାଗ, କେଶରିନ ସାହୁ ଓ ଅଦ୍ୱିକ ଶତପଥୀ । ଗ୍ରୀନ ବେଲ୍ଟ - ମିନି ଠେଲା, ଦର୍ଶିତା ନାଏକ, ଯଶବନ୍ତ କୁମ୍ଭାର, କେ.ଏ.ଭୈରବ, ପ୍ରତିକ ଦଳବେହେରା ଓ ରୁଦ୍ର ନାରାୟଣ ପଣ୍ଡା । ପରପଲ ବେଲ୍ଟ - ଜସମିନ ସାହୁ, ଆରାଧ୍ୟା ଦିବ୍ୟାରାନୀ ସାହୁ ଓ ପିୟୁଶ ଭୋଇ । ବ୍ରାଉନ ବେଲ୍ଟ - ସ୍ୱଦେଶ ପୁରୋହିତ । ଉଦ୍ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ କ୍ରିକେଟ କୋଚ ଅରୁଣ ନାଏକ, ଅତିଥି ଭାବରେ ସ୍କୁଲର ସଭାପତି ସଚିନ ବାଗ ୟାଦବ ଓ ବଲାଙ୍ଗିର କରାଟେ ସଂଘର ପରାମର୍ଶଦାତା ମାନୁଏଲ ନାଗ ଉପସ୍ଥିତ ହୋଇ ଶିବିରରେ ଭାଗ ନେଇଥିଲେ ଓ ବେଲ୍ଟ ପରୀକ୍ଷା ଦେଇଥିବା ସମସ୍ତ କୃତି କରାଟେକାମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରିଥିଲେ । ଏହି ଶିବିରକୁ ପୁରୁଷୋତମ ବାଗ, ମଧୁସୁଦନ ସାହୁ, କ୍ରିଷ୍ଣା ନାଏକ, ଆଦିତ୍ୟ ବାରିକ, ରାଜେନ୍ଦ୍ର ବାଗ, ଆୟୁଶି ବାରିକ, ଲୋକେଶ ବାଗ ଓ ଆୟୁଶ ମେହେର ସହଯୋଗ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର/ଗୋପବନ୍ଧୁ/ଭାନୁ
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ