ବଲାଙ୍ଗିର, ୧୬ ଜୁନ୍ (ହି.ସ.)- ଭାରତୀୟ ଜନତା ପାର୍ଟି ସରକାରର ଏକ ବର୍ଷ ପୂର୍ତ୍ତି ଉପଲକ୍ଷେ ଏବେ ସାରା ରାଜ୍ୟର ପ୍ରତ୍ୟେକ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ମାନଙ୍କରେ ବିକାଶ ବାହାନ ରଥ ପରିକ୍ରମା କରୁଅଛି। ଏହି ରଥଟି ୧୨ ତାରିଖରୁ ୨୧ ତାରିଖ ପର୍ଯ୍ୟନ୍ତ ପରିକ୍ରମା କରିବାକୁ ଯାଉଥିବା ବେଳେ ଆଜି ବଲାଙ୍ଗୀର ଜିଲ୍ଲା ବେଲପଡା ବ୍ଲକ ବେହେରାମୁଣ୍ଡା ଓ ବାଲିଖମାର ଗ୍ରାମପଞ୍ଚାୟତକୁ ଆସିଥିଲା। ପ୍ରଥମ ପର୍ଯ୍ୟାୟରେ ବେହେରାମୁଣ୍ଡା ଆସିଥିବା ବେଳେ ଦ୍ଵିତୀୟ ପର୍ଯ୍ୟାୟରେ ବାଲିଖମାର ସରପଞ୍ଚ ଶ୍ରୀମତୀ ଚିନ୍ମୟୀ ପ୍ରଧାନଙ୍କ ନେତୃତ୍ୱରେ ପଞ୍ଚାୟତ ପିଇଓ ସୁଧୀର ମେହେର, ସରପଞ୍ଚଙ୍କ ପ୍ରତିନିଧି ଦେବାନନ୍ଦ ପ୍ରଧାନ, ଏଡିଇଓ, ଯୋଗାଣ ସହାୟକ ଓ ଅନ୍ୟାନ୍ୟ କର୍ମଚାରୀ, ଅଙ୍ଗନବାଡି, ଆଶା କର୍ମୀ ଏବଂ ଗ୍ରାମପଞ୍ଚାୟତ ବାସୀ ରଥକୁ ସ୍ୱାଗତ କରିଥିଲେ। ଏକ ବର୍ଷରେ ରାଜ୍ୟ ସରକାରଙ୍କ ହୋଇଥିବା ଯୋଜନାର ବିକାଶ ଉପରେ ଟିଭି ମାଧ୍ୟମରେ ଜନସାଧାରଣଙ୍କୁ ଆଲୋକପାତ କରାଯାଇଥିଲା। ପରେ ଯୋଜନାରେ ଅନ୍ତର୍ଭୁକ୍ତ ନୂତନ ହିତାଧିକାରୀ ମାନଙ୍କୁ ଅଧିକାରୀ ମାନଙ୍କ ଦ୍ୱାରା ସୂଚନା ପ୍ରଦାନ କରାଯାଇଥିଲା। ବାଲିଖମାର ଗ୍ରାମପଞ୍ଚାୟତର ନୂତନ ହିତାଧିକାରୀ ରାସନ କାର୍ଡ ୨୫ ଜଣ, ଭତ୍ତା ୫ ଜଣ, ଅନ୍ତୋଦୟ ଗୃହର କାର୍ଯ୍ୟାଦେଶ ପତ୍ର ୧୫ ଜଣଙ୍କୁ ଏବଂ ଜବ କାର୍ଡ ୭୦ ଜଣଙ୍କୁ ପ୍ରଦାନ କରାଯାଇଛି।
ଉକ୍ତ କାର୍ଯ୍ୟକ୍ରମକୁ ନୋଡାଲ ଅଫିସର ପାଣ୍ଡବ ମଲ୍ଲିକ ତଦାରଖ କରିବା ସହ ଉକ୍ତ ଗ୍ରାମପଞ୍ଚାୟତର ସାଧାରଣ ଜନତା ମାନଙ୍କୁ ରାଜ୍ୟ ସରକାରଙ୍କ ଯୋଜନାର ସଚେତନତା ବାର୍ତ୍ତା ଦେଇଥିଲେ । କାର୍ଯ୍ୟକ୍ରମରେ ଗ୍ରାମପଞ୍ଚାୟତ ଉନ୍ନୟନ ଅଧିକାରୀ ଦେବେନ୍ଦ୍ର ସାହୁ, ସାମାଜିକ ସୁରକ୍ଷା ବିଭାଗର ଅସିତ ବେହେରା, ଯୋଗାଣ ଡିଇଓ ରବୀନ୍ଦ୍ର ତାଣ୍ଡି, ଗ୍ରାମୀଣ ଆବାସ ଯୋଜନା ଅଧିକାରୀ ତପନ ନାଏକ, ଶିଶୁ ବିକାଶ ପ୍ରକଳ୍ପ ବିଭାଗର ସୁପରଭାଇଜର, ସ୍ୱାସ୍ଥ୍ୟ କର୍ମଚାରୀ, ଆଧାର ସେବା କର୍ମଚାରୀ, ବ୍ୟାଙ୍କ କର୍ମଚାରୀ, ବିଜେପି ନେତା ଆଲୋକ ବେହେରା, ଅଶୋକ ମେହେର ପ୍ରମୁଖ ଉପସ୍ଥିତ ଥିଲେ।
ପରିଶେଷରେ ନୋଡାଲ ଅଫିସର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି ସରକାରଙ୍କ ବିକାଶ ରଥ କାର୍ଯ୍ୟକ୍ରମକୁ ସାଙ୍ଗ କରିଥିଲେ। ତାପରେ ପରିବେଶକୁ ସବୁଜ ସୁନ୍ଦର କରିବା ପାଇଁ ମା ଙ୍କ ନାମରେ ସମସ୍ତଙ୍କ ଉପସ୍ଥିତରେ ବୃକ୍ଷରୋପଣ କରାଯାଇଥିଲା।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ