ଯୋଗ ସଚେତନତା ଓ ସ୍ଵାସ୍ଥ୍ୟ ଶିବିର
ବ୍ରହ୍ମପୁର, ୧୬ ଜୁନ୍ (ହି.ସ.)- ବ୍ରହ୍ମପୁର ହରିହର ନଗର ଭରଦ୍ବାଜ ପ୍ରତିଷ୍ଠାନ ଠାରେ ଆଜି ସକାଳେ ଯୋଗାସନ ଶିକ୍ଷା ଓ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ପ୍ରତିଷ୍ଠାନ ଅଧ୍ୟକ୍ଷ ଡା. ନକୁଳ ସାହୁ ଉପସ୍ଥିତ ରହି ଚିର ସୁସ୍ଥ ରହିବା ପାଇଁ ଯୋଗ, ଆସନ ଓ ପ୍ରାଣାୟାମ ଅଭ୍ୟାସ କରିବା ଉଚିତ। ଯୋଗ ଦ
ଯୋଗ ସଚେତନତା ଓ ସ୍ଵାସ୍ଥ୍ୟ ଶିବିର


ବ୍ରହ୍ମପୁର, ୧୬ ଜୁନ୍ (ହି.ସ.)- ବ୍ରହ୍ମପୁର ହରିହର ନଗର ଭରଦ୍ବାଜ ପ୍ରତିଷ୍ଠାନ ଠାରେ ଆଜି ସକାଳେ ଯୋଗାସନ ଶିକ୍ଷା ଓ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ପ୍ରତିଷ୍ଠାନ ଅଧ୍ୟକ୍ଷ ଡା. ନକୁଳ ସାହୁ ଉପସ୍ଥିତ ରହି ଚିର ସୁସ୍ଥ ରହିବା ପାଇଁ ଯୋଗ, ଆସନ ଓ ପ୍ରାଣାୟାମ ଅଭ୍ୟାସ କରିବା ଉଚିତ। ଯୋଗ ଦ୍ଵାରା ମୁକ୍ତି, ରକ୍ତଚାପ, ଶାନ୍ତ ଜୀବନ, ଆସନ ଦ୍ଵାରା ଶରିରର ପ୍ରତ୍ୟେକ ଅଂଶରେ ଅମ୍ଳଜାନ ପ୍ରବେଶ କରି ରକ୍ତ ଶୁଦ୍ଧ କରେ, କ୍ଷୁଧା ବଢ଼ାଏ, ରୋଗ ପ୍ରତିରୋଧକ ଶକ୍ତି ବଢାଏ। ପ୍ରାଣାୟାମ ଦ୍ଵାରା ହୃଦୟ, ଫୁସଫୁସ ସୁସ୍ଥ ରହେ ଏଣୁ ବାଳ, ବୃଦ୍ଧ, ମହିଳା ସମସ୍ତେ ଅଷ୍ଟାଙ୍ଗ ଯୋଗ କରିବା ପାଇଁ ପରାମର୍ଶ ଦେଇଥିଲେ।

ଏହି ଅବସରରେ ରୋଗୀଙ୍କ ରକ୍ତଚାପ, ରକ୍ତ ଶର୍କରା, ଗଣ୍ଠିବାତ, ସ୍ନାୟୁ ରୋଗ, ଅମ୍ଳପିତ୍ତ, ସ୍ତ୍ରୀରୋଗ ଆଦି ବିଭିନ୍ନ ରୋଗର ପରୀକ୍ଷା କରି ଚିକିତ୍ସା ପରାମର୍ଶ ଓ ଔଷଧ ବିତରଣ କରାଯାଇଥିଲା l ଶିବିରର ପରିଚାଳନାରେ ସହଯୋଗ କରିଥିଲେ ଡି. ଶ୍ରୀନିବାସ ରାଓ। ଏହି ଶିବିର ପ୍ରତି ସୋମବାରେ ଅନୁଷ୍ଠିତ ହୁଏ, ସମସ୍ତେ ଏହାର ସୁଯୋଗ ନେବାକୁ ପ୍ରତିଷ୍ଠାନ ଅନୁରୋଧ କରିଛନ୍ତି।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande