ଜୟପୁର, ୧୬ ଜୁନ୍ (ହି.ସ.)- ଜୟପୁର ସଦର ଥାନା ଅନ୍ତର୍ଗତ ଛତ୍ରିପୁଟ ରେଳ ବ୍ରିଜରେ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି । ସୂଚନା ପାଇ ଘଟଣାସ୍ଥଳରେ ଜିଆରପି ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଆଜି ସକାଳ ୯ଟା ୪୦ ମିନିଟରେ ଜିଆରପି କୋରାପୁଟ ସୂଚନା ପାଇ ଶବକୁ ଜବତ କରିଛି । ମୃତ ଯୁବକ ଜଣକ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି । ମୃତ ଯୁବକର ପରିଚୟ ମିଳିପାରିନଥିବା ବେଳେ କୋରାପୁଟ ଜିଆରପି ୭/୨୫ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ବିଷୟ ଜିଆରପି ଓଆଇସି ସନ୍ତୋଷି ମହନ୍ତ ସୂଚନା ଦେଇଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ପିକେପି