ଭୁବନେଶ୍ୱର, 16 ଜୁନ୍ (ହି.ସ.)- ପାତ୍ରପଡା ଛକରେ ସିରିଜ ଦୁର୍ଘଟଣା I ଟ୍ରକକୁ ଟ୍ରକ ରାସ୍ତା ଉପରେ ପିଟିଥିଲା I ଏତେ ଯୋରରେ ଦୁର୍ଘଟଣା ଘଟିଥିଲା ଯେ, ଟ୍ରକଟି ମାଡ଼ ହୋଇ ଭାଙ୍ଗି ଯାଇଥିଲା I ଏକାକାଳୀନ ୪ ଟି ଟ୍ରକ ମାଡ଼ ହୋଇଥିବା ଦେଖିବାକୁ
ମିଳିଥିଲା I ନିଶାଶକ୍ତ, ଏବଂ ଓଭରଟେକିଙ୍ଗକୁ
ନେଇ ଦୁର୍ଘଟଣା ହୋଇଥିବା ଅନୁମାନ କରାଯାଉଛି I ଏଥିରେ ୩ ଜଣ
ଗୁରୁତର ଆହତଙ୍କୁ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି I ରାତି ୧୨ ଟା ବେଳେ, ଘଟିଛି ଘଟଣା I ଦେଢ଼ଘଣ୍ଟା ଧରି
ରାସ୍ତା ଜାମ ଲାଗି ରହିଥିଲା I ଘଟଣାସ୍ଥଳରେ ପୁଲିସ
ପହଞ୍ଚିବା ପରେ, ସ୍ଥିତି ସୁଧୁରି ଥିଲା I
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା