ଗାଡି ସାଇଡ ମରାକୁ ନେଇ ମରଣାନ୍ତକ ଆକ୍ରମଣ, 7 ଗିରଫ
ଭୁବନେଶ୍ୱର, 16 ଜୁନ୍ (ହି.ସ.)- ଗାଡି ସାଇଡ ମରାକୁ ନେଇ ମରଣାନ୍ତକ ଆକ୍ରମଣ ହୋଇଛି । 7ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ସହିଦନଗର ଥାନା ପୋଲିସ । ଗିରଫ ଅଭିଯୁକ୍ତ ମାନେ ହେଲେ ବିକାଶ ରାଉତ ଓରଫ ବୁବୁ, ପ୍ରକାଶ ଦାସ ଓରଫ ବାବୁ, ଦେବି ପ୍ରସାଦ ବାରିକ ଓରଫ ବିକି, ସୁଧୀର କୁମାର ରାଉ
ଗାଡି ସାଇଡ ମରାକୁ ନେଇ ମରଣାନ୍ତକ ଆକ୍ରମଣ, 7 ଗିରଫ


ଭୁବନେଶ୍ୱର, 16 ଜୁନ୍ (ହି.ସ.)- ଗାଡି

ସାଇଡ ମରାକୁ ନେଇ ମରଣାନ୍ତକ ଆକ୍ରମଣ ହୋଇଛି । 7ଜଣ ଅଭିଯୁକ୍ତଙ୍କୁ

ଗିରଫ କରିଛି ସହିଦନଗର ଥାନା ପୋଲିସ । ଗିରଫ ଅଭିଯୁକ୍ତ ମାନେ ହେଲେ ବିକାଶ ରାଉତ ଓରଫ ବୁବୁ, ପ୍ରକାଶ ଦାସ ଓରଫ ବାବୁ, ଦେବି ପ୍ରସାଦ ବାରିକ ଓରଫ ବିକି, ସୁଧୀର କୁମାର ରାଉତରାୟ, ପୂର୍ଣ୍ଣ ଚନ୍ଦ୍ର ସିଅଳ, ରାକେଶ କୁମାର ସାହୁ, ରତ୍ନାକର ବେହେରା । ସେମାନେ ରସୁଲଗଡ, ଯାଜପୁର, ବାଲେଶ୍ୱର ଓ ପୁରୀ

ଅଞ୍ଚଳର ହୋଇଥିବା ସୂଚନା ମିଳିଛି । ରସୁଲଗଡ଼ ଶିଳ୍ପାଞ୍ଚଳରେ ଗାଡି ପାର୍କିଂକୁ ନେଇ ବ୍ୟବସାୟୀ ତପନ କୁମାର ସ୍ୱାଇଁଙ୍କୁ ମରଣାନ୍ତକ ଆକ୍ରମଣ

କରିଥିଲେ । ବାଇକ ସକପଚର ଲୁହା ପାଇପରେ ଅଭିଯୁକ୍ତ ମାନେ ମରଣାନ୍ତକ ଆକ୍ରମଣ କରିଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande