ଶ୍ରୀହରିକୋଟାରେ ଇସ୍ରୋର ସତୀଶ ଧାୱନ ମହାକାଶ କେନ୍ଦ୍ରକୁ ବୋମାରେ ଉଡାଇବାକୁ ଧମକ
ଶ୍ରୀହରିକୋଟା, 16 ଜୁନ୍ (ହି.ସ.)- ଆନ୍ଧ୍ର ପ୍ରଦେଶର ତିରୁପତି ଜିଲ୍ଲାର ଶ୍ରୀହରିକୋଟାରେ ଭାରତୀୟ ମହାକାଶ ଅନୁସନ୍ଧାନ ସଂସ୍ଥାର ସତୀଶ ଧାୱନ୍ ମହାକାଶ କେନ୍ଦ୍ରକୁ ବୋମାରେ ଉଡାଇଦେବାକୁ ଧମକ ମିଳିଛି। ତମିଲନାଡୁ କମାଣ୍ଡ କଣ୍ଟ୍ରୋଲ୍ ସେଣ୍ଟରକୁ ରବିବାର ମଧ୍ୟରାତିରେ ଏକ
ଶ୍ରୀହରିକୋଟାରେ ଇସ୍ରୋର ସତୀଶ ଧାୱନ ମହାକାଶ କେନ୍ଦ୍ରକୁ ବୋମାରେ     ଉଡାଇବାକୁ ଧମକ


ଶ୍ରୀହରିକୋଟା, 16 ଜୁନ୍ (ହି.ସ.)- ଆନ୍ଧ୍ର ପ୍ରଦେଶର ତିରୁପତି ଜିଲ୍ଲାର

ଶ୍ରୀହରିକୋଟାରେ ଭାରତୀୟ ମହାକାଶ ଅନୁସନ୍ଧାନ ସଂସ୍ଥାର ସତୀଶ ଧାୱନ୍ ମହାକାଶ କେନ୍ଦ୍ରକୁ ବୋମାରେ

ଉଡାଇଦେବାକୁ ଧମକ ମିଳିଛି।

ତମିଲନାଡୁ କମାଣ୍ଡ କଣ୍ଟ୍ରୋଲ୍ ସେଣ୍ଟରକୁ ରବିବାର ମଧ୍ୟରାତିରେ ଏକ

ଫୋନ୍ କଲରେ ଆତଙ୍କବାଦୀମାନେ କେନ୍ଦ୍ରରେ ଉପସ୍ଥିତ ଅଛନ୍ତି ବୋଲି କୁହାଯାଇଥିଲା।

ଏହି ଘଟଣା ପରେ ଶ୍ରୀହରିକୋଟାରେ ସୁରକ୍ଷାକର୍ମୀମାନଙ୍କୁ ଅଲର୍ଟ୍

କରାଯାଇଛି। ଫୋନ୍ କଲ୍‌ରେ କୁହାଯାଇଛି ଯେ ଆତଙ୍କବାଦୀମାନେ ସମୁଦ୍ର କୂଳ ଦିଗରୁ କେନ୍ଦ୍ର

ଭିତରକୁ ପ୍ରବେଶ କରି ଏହାକୁ ବୋମାରେ ଉଡ଼ାଇ ଦେବାକୁ ଧମକ ଦେଇଛନ୍ତି। ଏହା ପରେ ଆଜି ସକାଳୁ କେନ୍ଦ୍ର

ଓ ଏହାର ଆଖପାଖରେ ତଲାସି ଅଭିଯାନ ଆରମ୍ଭ କରାଯାଇଛି। ଏହି ଅଭିଯାନରେ ସିଆଇଏସଏଫଟିମ୍‌ଗୁଡିକ ଓ

ପୋଲିସ ବଳ ଅନ୍ତର୍ଭୁକ୍ତ ଅଛନ୍ତି। ସେହିପରି ତଟରକ୍ଷକ ବଳ ମଧ୍ୟ ସମୁଦ୍ର ମାର୍ଗରେ ତଲାସି

ଅଭିଯାନ ଆରମ୍ଭ କରିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande