ଜନଗଣନା ପାଇଁ କେନ୍ଦ୍ର ସରକାରଙ୍କ ତରଫରୁ ବିଜ୍ଞପ୍ତି ପ୍ରକାଶ
ଭୁବନେଶ୍ୱର, ୧୬ ଜୁନ୍ - ଜନଗଣନା ପାଇଁ କେନ୍ଦ୍ର ସରକାରଙ୍କ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ଜନଗଣନା ନିର୍ଦ୍ଦେଶକ ନିଖିଲ ପୱନ କଲ୍ୟାଣ କହିଛନ୍ତି ମାର୍ଚ୍ଚ ୧ ୨୦୨୭ ରେ ଆସିବ ଜନ ଗଣନା ରିପୋର୍ଟ କେନ୍ଦ୍ର ସରକାରଙ୍କ ବିଜ୍ଞପ୍ତି ଆମ ପାଖରେ ପହଂଚିଛି। ଅଧିକରୁ ଅଧିକ ମ୍ୟାନ ପାୱାର ନିଯୋଜିତ ପାଇଁ
ଜନଗଣନା ପାଇଁ କେନ୍ଦ୍ର ସରକାରଙ୍କ ତରଫରୁ ବିଜ୍ଞପ୍ତି ପ୍ରକାଶ


ଭୁବନେଶ୍ୱର, ୧୬ ଜୁନ୍ - ଜନଗଣନା ପାଇଁ କେନ୍ଦ୍ର ସରକାରଙ୍କ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ଜନଗଣନା ନିର୍ଦ୍ଦେଶକ ନିଖିଲ ପୱନ କଲ୍ୟାଣ କହିଛନ୍ତି ମାର୍ଚ୍ଚ ୧ ୨୦୨୭ ରେ ଆସିବ ଜନ ଗଣନା ରିପୋର୍ଟ କେନ୍ଦ୍ର ସରକାରଙ୍କ ବିଜ୍ଞପ୍ତି ଆମ ପାଖରେ ପହଂଚିଛି। ଅଧିକରୁ ଅଧିକ ମ୍ୟାନ ପାୱାର ନିଯୋଜିତ ପାଇଁ କାର୍ଯ୍ୟ ଚାଲିଛି। ଜନଗଣନା ପାଇଁ ବେସିକ ଆଇଡିଆ ଅଛି। ଯାହା ଯାହା ନୂଆ ନୂଆ ନିର୍ଦ୍ଦେଶ ଆସିବ, ସେନେଇ ଟ୍ରେନିଂ ଦିଆଯିବ। ଜନଗଣନା ସମୟରେ ଲୋକଙ୍କର ସବୁ ପ୍ରକାରର ତଥ୍ୟ ନିଆଯିବ। ଜନଗଣନା ଅଧିକାରୀ ଘରକୁ ଘର ଯାଇ ଗଣନା କରିବେ। କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ସମୟ ଅନୁସାରେ ଜନଗଣନା କରାଯିବ। ଗଣମାଧ୍ୟମ ଜରିଆରେ ଲୋକଙ୍କୁ ଅନୁରୋଧ କରୁଛୁ, ସେମାନଙ୍କ ତଥ୍ୟ ଏକଜୁଟ ରଖନ୍ତୁ। ଯାହା ଦ୍ୱାରା ଜନଗଣନାରେ ସହାୟକ ହେବ। ଚଳିତ ଜନଗଣନା ପୁରା ଡିଜିଟାଲ ପ୍ରକିୟା/ ମୋବାଇଲ ଆପ୍ ଦ୍ୱାରା ହେବ। ନୂଆ ମୋବାଇଲ ଆପ୍ ମଧ୍ୟ ଆସିବ। ଆଗକୁ ରାଜ୍ୟ ସରକାର ଓ ଜିଲାପାଳଙ୍କ ବୈଠକ ହେବ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande