ଭୁବନେଶ୍ୱର, 16 ଜୁନ୍ (ହି.ସ.)- ପୁରୀର ଥାଟରାଜା ରଣାର୍ଣ୍ଣବ ଦେବଙ୍କ ଦେହାନ୍ତରେ
ମୁଖ୍ୟମନ୍ତ୍ରୀ ଶୋକ ପ୍ରକାଶ କରିବା ସହ ତାଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି ।
ଏନେଇ ସୋସିଆଲ ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ପୁରୀର
ଥାଟରାଜା ରଣାର୍ଣ୍ଣବ ଦେବଙ୍କ ଦେହାନ୍ତ ବିଷୟରେ ଶୁଣି ମୁଁ ଗଭୀର ମର୍ମାହତ। ଶୋକସନ୍ତପ୍ତ
ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଉଛି। ଏହି ଅସହ୍ୟ ଦୁଃଖ ସମୟରେ ମହାପ୍ରଭୁ ଶ୍ରୀଜଗନ୍ନାଥ
ସେମାନଙ୍କୁ ଧୈର୍ଯ୍ୟ ଓ ଶକ୍ତି ପ୍ରଦାନ କରନ୍ତୁ। ଦିବଂଗତ ଆତ୍ମାଙ୍କ ଶାନ୍ତି ଓ ସଦଗତି ପାଇଁ
ମହାପ୍ରଭୁଙ୍କ ଚରଣରେ ପ୍ରାର୍ଥନା କରୁଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା