ସାଉଦି ଆରବ ବିମାନ ଲକ୍ଷ୍ନୌରେ ଲ୍ୟାଣ୍ଡିଂ ବେଳେ ଚକରୁ ବାହାରିଲା ଧୂଆଁ
ଲକ୍ଷ୍ନୌ, 16 ଜୁନ୍ (ହି.ସ.) - ଲକ୍ଷ୍ନୌ ଅମୌସୀ ଅଞ୍ଚଳରେ ଅବସ୍ଥିତ ଚୌଧୁରୀ ଚରଣ ସିଂହ ଅନ୍ତର୍ଜାତୀୟ ବିମାନବନ୍ଦରରେ ସାଉଦି ଆରବରୁ ଲ୍ୟାଣ୍ଡ କରୁଥିବା ବିମାନର ଚକାରୁ ହଠାତ୍ ଧୂଆଁ ବାହାରିଥିଲା । ଏହାକୁ ଦେଖି ବିମାନ ଚାଳକ ତୁରନ୍ତ ଏମର୍ଜେନ୍ସି ବ୍ରେକ୍ ନେଇଥିଲେ। ବିମାନ ଉଦ୍ଧା
ସାଉଦି ଆରବ ବିମାନ ଲକ୍ଷ୍ନୌରେ ଲ୍ୟାଣ୍ଡିଂ ବେଳେ ଚକରୁ ବାହାରିଲା     ଧୂଆଁ


ଲକ୍ଷ୍ନୌ, 16 ଜୁନ୍ (ହି.ସ.)

- ଲକ୍ଷ୍ନୌ ଅମୌସୀ ଅଞ୍ଚଳରେ ଅବସ୍ଥିତ ଚୌଧୁରୀ ଚରଣ ସିଂହ ଅନ୍ତର୍ଜାତୀୟ

ବିମାନବନ୍ଦରରେ ସାଉଦି ଆରବରୁ ଲ୍ୟାଣ୍ଡ କରୁଥିବା ବିମାନର ଚକାରୁ ହଠାତ୍ ଧୂଆଁ ବାହାରିଥିଲା ।

ଏହାକୁ ଦେଖି ବିମାନ ଚାଳକ ତୁରନ୍ତ ଏମର୍ଜେନ୍ସି ବ୍ରେକ୍ ନେଇଥିଲେ।

ବିମାନ ଉଦ୍ଧାର ଦଳ ଓ ଅଗ୍ନିଶମ ବିଭାଗର ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ବିମାନକୁ ସୁରକ୍ଷା

ଘେରା ଭିତରକୁ ନେଇଥିଲେ।

ସାଉଦି ଆରବ ଏୟାରଲାଇନ୍ସର ବିମାନର ଯାନ୍ତ୍ରିକ ତ୍ରୁଟିରୁ ଉଠୁଥିବା

ନିଆଁକୁ ଆୟତ୍ତ କରାଯାଇଥିଲା । ଏୟାରପୋର୍ଟ ଅଧିକାରୀଙ୍କ ତରଫରୁ କୁହାଯାଇଛି ଯେ ସାଉଦି ଆରବର

ଜେଦ୍ଦାହ ସହରରୁ ସାଉଦି ଅରବିଆ ଏୟାରଲାଇନ୍ସର ବିମାନ ଉଡାନ ଭରି ଲକ୍ଷ୍ନୌରେ ପହଞ୍ଚିଥିଲା।

ଏୟାରବସ୍ ଏ-330 ଶ୍ରେଣୀର ଏହି ବିମାନଟି ଲକ୍ଷ୍ନୌ ବିମାନବନ୍ଦରରେ ଲ୍ୟାଣ୍ଡିଂ

ବେଳେ ବର୍ଷାରେ ଭିଜିଥିବା ରନୱେରେ ଘସିହୋଇଯିବା ଫଳରେ ଧୂଆଁ ବାହାରିଥିଲା। ରନୱେ ଓଦା ଥିବାକୁ

ନିମିତ୍ତ କରି ହାର୍ଡ ଲ୍ୟାଣ୍ଡିଂର ସ୍ଥିତି ସୃଷ୍ଟି ହୋଇଥିବାରୁ ଧୂଆଁ ଉଠିଥିଲା। ଏଆରଏଫଏଫ ଟିମ୍

ପ୍ରାୟ ଗୋଟିଏ ଘଣ୍ଟାଏ ଧରି ସମସ୍ୟାକୁ ବୁଝିବା ସହ ଧୂଆଁ ଉପରେ ନିୟନ୍ତ୍ରଣ ଆଣିବାରେ ସଫଳ ହୋଇଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande