ଭବନେଶ୍ୱରର ବିଭିନ୍ନ ହୋଟେଲ୍ ରେ ଫୁଡ୍ ସେଫ୍ଟିର ଯାଂଚ
ଭୁବନେଶ୍ୱର,୧୬ ଜୁନ୍ (ହି.ସ.)- ରାଜଧାନୀରେ ହଇଜା ବ୍ୟାପିବା ପରେ ଆକ୍ସନ ମୁଡରେ ବିଏମସି । ଫୁଡ୍ ସେଫ୍ଟି ରାଜଧାନୀର ବିଭିନ୍ନ ହୋଟେଲ୍ ରେ ଯାଂଚ ସହ ଖାଦ୍ୟର ମାନ ଓ ଗୁଣବତା ଯାଂଚ କରିଛି। ଏହା ସହ ନିୟମ ଉଲଘଂନ କରୁଥିବା ହୋଟେଲ ଉପରେ ମୋଟା ଅଙ୍କର ଫାଇନ୍ ଲଗାଯାଇଛି। ସମ୍ ହସପିଟାଲ ସାମ୍ନାରେ ଥିବା ସମସ୍ତ
ଭବନେଶ୍ୱରର ବିଭିନ୍ନ ହୋଟେଲ୍ ରେ ଫୁଡ୍ ସେଫ୍ଟିର ଯାଂଚ


ଭୁବନେଶ୍ୱର,୧୬ ଜୁନ୍ (ହି.ସ.)- ରାଜଧାନୀରେ ହଇଜା ବ୍ୟାପିବା ପରେ ଆକ୍ସନ ମୁଡରେ ବିଏମସି । ଫୁଡ୍ ସେଫ୍ଟି ରାଜଧାନୀର ବିଭିନ୍ନ ହୋଟେଲ୍ ରେ ଯାଂଚ ସହ ଖାଦ୍ୟର ମାନ ଓ ଗୁଣବତା ଯାଂଚ କରିଛି। ଏହା ସହ ନିୟମ ଉଲଘଂନ କରୁଥିବା ହୋଟେଲ ଉପରେ ମୋଟା ଅଙ୍କର ଫାଇନ୍ ଲଗାଯାଇଛି। ସମ୍ ହସପିଟାଲ ସାମ୍ନାରେ ଥିବା ସମସ୍ତ ହୋଟଲ୍ ଯାଂଚ କରୁଥିବା ବେଳେ ବାସି ଖାଦ୍ୟ , ବିଷାକ୍ତ ରଙ୍ଗ ବ୍ୟବହାର କରୁଥିବା ହୋଟେଲକୁ ମୋଟା ଅଙ୍କର ଫାଇନ କରିଚି ବିଏମସି। କେବଳ ସେତିକି ନୁହେଁ ବିଏମସି ଅନେକ ହୋଟେଲର ରୋଷେଇ ଗୃହ ଅପରିଷ୍କାର ଥିବାରୁ ୫୦୦ ଟଙ୍କା ଫାଇନ କରିଛି। ବାସି ଖାଦ୍ୟ ରଖିଥିବାରୁ ଦୁଇଟି ହୋଟେଲରେ ୩୦୦୦ ଓ ୪୦୦୦ ଟଙ୍କା ଫାଇନ ପକାଇଛନ୍ତି ଫୁଡ୍ ସେଫ୍ଟି ଟିମ୍ । ଫୁଡ୍ ସେପ୍ଟି ଅଫିସର ସତ୍ୟଜିତ ପଟେଲ କହିଛନ୍ତି ଆଗକୁ ଏପରି ନକରିବାକୁ କଡ଼ା ଚେତାବନୀ ଦିଆଯାଇଛି। ରାଜଧାନୀରେ ସମସ୍ତ ହୋଟେଲରେ ଯାଂଚ ହେବ। ଆଜି ୧୦ ହଜାରରୁ ଉର୍ଦ୍ଧ ଟଙ୍କା ଜରିମନା ହୋଇଛି।ଆଗକୁ ଯିଏ ନିୟମ ଉଲ୍ଲଂଘନ କରୁଥିବ ତା ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବ ବିଏମସି ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande