ଭୁବନେଶ୍ୱର,୧୬ ଜୁନ୍ (ହି.ସ.)- ଆସନ୍ତା ଜୁନ ୨୦ରେ ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ରାଜ୍ୟରେ ବିଜେପି ସରକାରର ବର୍ଷ ପୂର୍ତି ସମାରୋହରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ଓଡିଶା ଆସିବେ। ମୋଦି ଜୁନ୍ ୨୦ ତାରିଖ ଦିନ ୩ଟା ୪୦ରେ ଭାରତୀୟ ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱର ବିମାନବନ୍ଦରରେ ପହଂଚିବେ। ବିମାନବନ୍ଦରରୁ ଜନତା ମଇଦାନ ସଭାସ୍ଥଳୀ ପର୍ଯ୍ୟନ୍ତ ୩ଟା ୪୫ରୁ ୪ଟା ୧୫ ଯାଏଁ ରୋଡ ସୋ କରିବେ ମୋଦି। ଏହା ପରେ ଅପରାହ୍ନ ସାଢେ ପାଂଚଟା ଯାଏ ବିଜେପି ସରକାରର ପ୍ରଥମ ବର୍ଷ ପୂର୍ତି ଉତ୍ସବ ପାଳନ ପାଇଁ ଜନତା ମଇଦାନରେ ରହିବେ। କାର୍ଯ୍ୟକ୍ରମ ସାରି ୫ଟା ୫୦ରେ ଭୁବନେଶ୍ୱର ବିମାନବନ୍ଦରରୁ ସ୍ୱତନ୍ତ୍ର ବିମାନ ଯୋଗେ ଦିଲ୍ଲୀ ଫେରିଯିବେ।
.........
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା