ରାଜ୍ୟ ସରକାରଙ୍କ ନିଯୁକ୍ତି ମେଳା, ୯୬୪ଜଣଙ୍କୁ ନିଯୁକ୍ତି ପତ୍ର ବାଣ୍ଟିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, 16 ଜୁନ୍ (ହି.ସ.) - ରାଜ୍ୟ ସରକାରଙ୍କ ନିଯୁକ୍ତି ମେଳା ।୯୬୪ଜଣଙ୍କୁ ନିଯୁକ୍ତି ପତ୍ର ବାଣ୍ଟିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ରାଜ୍ୟ ସରକାରଙ୍କ ପୂର୍ତ୍ତ ବିଭାଗ, ଜଳ ସମ୍ପଦ ବିଭାଗ, ଗୃହ ଓ ନଗର ଉନ୍ନୟନ ବିଭାଗ, ପଞ୍ଚାୟତିରାଜ ଓ ପାନୀୟଜଳ ଯୋଗାଣ ବିଭାଗ ଏବ
ରାଜ୍ୟ ସରକାରଙ୍କ ନିଯୁକ୍ତି ମେଳା, ୯୬୪ଜଣଙ୍କୁ ନିଯୁକ୍ତି ପତ୍ର     ବାଣ୍ଟିବେ ମୁଖ୍ୟମନ୍ତ୍ରୀ


ଭୁବନେଶ୍ୱର, 16 ଜୁନ୍ (ହି.ସ.)

- ରାଜ୍ୟ ସରକାରଙ୍କ ନିଯୁକ୍ତି ମେଳା ।୯୬୪ଜଣଙ୍କୁ ନିଯୁକ୍ତି ପତ୍ର ବାଣ୍ଟିବେ ମୁଖ୍ୟମନ୍ତ୍ରୀ

ମୋହନ ଚରଣ ମାଝୀ । ରାଜ୍ୟ ସରକାରଙ୍କ ପୂର୍ତ୍ତ ବିଭାଗ, ଜଳ ସମ୍ପଦ ବିଭାଗ, ଗୃହ ଓ ନଗର ଉନ୍ନୟନ ବିଭାଗ, ପଞ୍ଚାୟତିରାଜ

ଓ ପାନୀୟଜଳ ଯୋଗାଣ ବିଭାଗ ଏବଂ ଖାଦ୍ୟ

ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗରେ ଖାଲି

ପଡ଼ିଥିବା ବିଭିନ୍ନ ପଦବୀରେ ନିଯୁକ୍ତି ଦିଆଯିବ । ସର୍ବାଧିକ ୯୦୭ ଜଣ କନିଷ୍ଠ

ଯନ୍ତ୍ରୀଙ୍କୁ ନିଯୁକ୍ତି ପତ୍ର ଦିଆଯିବ। ସେଥି ମଧ୍ୟରୁ ପୂର୍ତ୍ତ ବିଭାଗରେ ୫୬୩ କନିଷ୍ଠ ଯନ୍ତ୍ରୀ, ଜଳ ସମ୍ପଦ ବିଭାଗରେ

୬୨ କନିଷ୍ଠ ଯନ୍ତ୍ରୀ, ଗୃହ ଓ ନଗର ଉନ୍ନୟନ ବିଭାଗରେ ୧୪୩ କନିଷ୍ଠ ଯନ୍ତ୍ରୀ ଓ ପୌରାଞ୍ଚଳରେ ୨୨ କନିଷ୍ଠ ଯନ୍ତ୍ରୀ, ପଞ୍ଚାୟତି ରାଜ ଓ

ପାନୀୟଜଳ ଯୋଗାଣ ବିଭାଗରେ ୧୧୭ କନିଷ୍ଠ

ଯନ୍ତ୍ରୀଙ୍କୁ ନିଯୁକ୍ତି ଦିଆଯିବ । ଏହା ସହିତ

ଗୃହ ଓ ନଗର ଉନ୍ନୟନ ବିଭାଗରେ ୨୯ ଜଣ କନିଷ୍ଠ

ଏନଫୋର୍ସମେଣ୍ଟ ଅଧିକାରୀ ଓ ୧୦ ଟ୍ରେସର୍‌

ନିଯୁକ୍ତି ପାଇବେ । ୧୭ ଜଣ ବୈଧ ମାପ ବିଜ୍ଞାନ ଓ

ଓଜନ ନିରୀକ୍ଷକ ଓ ଖାଦ୍ୟ ଯୋଗାଣ ଓ ଖାଉଟି

କଲ୍ୟାଣ ବିଭାଗରେ ଜଣେ ଆକାଉଣ୍ଟାଣ୍ଟ୍‌

ନିଯୁକ୍ତି ପାଇବେ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande