ପାଟଣା, 16 ଜୁନ୍ (ହି.ସ.)- ବିହାରର ସାରଣ ଜିଲ୍ଲାର ନୟାଗାଁ ଥାନା ଅନ୍ତର୍ଗତ ବାଜିତପୁର
ଗାଁ ନିକଟରେ ଏକ ପିକଅପ୍ ଗାଡ଼ି ଓଲଟିଯିବାରୁ ଜଣେ ମହିଳା ସହିତ ୫ ଜଣଙ୍କ ମୃତ୍ୟୁ ଘଟିଛି। ଏଥିରୁ
12ରୁ ଅଧିକ ଲୋକ ଆହତ ହୋଇଛନ୍ତି। ପୁଲିସ ତଥ୍ୟ ଅନୁଯାୟୀ, ଆହତମାନଙ୍କୁ ହାଜିପୁର ସଦର ହସ୍ପିଟାଲକୁ ପଠାଯାଇଛି।
ସେଠାରେ ପ୍ରାଥମିକ ଚିକିତ୍ସା ପରେ ଦୁଇ ଜଣଙ୍କୁ ଉନ୍ନତ ଚିକିତ୍ସା ପାଇଁ ପିଏମସିଏଚ୍ରେଫର୍ କରାଯାଇଛି। ଏହି
ପିକଅପ୍ ଗାଡ଼ି ଦିଘୱାରାରୁ ମକା ଲୋଡ୍ କରି ହାଜିପୁର ଅଭିମୁଖେ ଯାଉଥିଲା।
ଏହାରି ମଧ୍ୟରେ ବାଜିତପୁର ନିକଟ ଗାଡ଼ିର ଗୋଟିଏ ଚକା ଫାଟିଯିବାରୁ
ବିସ୍ଫୋରଣ ଘଟିଥିଲା, ଯାହା ଫଳରେ ପିକଅପ୍
ଗାଡ଼ିଟି ଓଲଟିପଡିଥିଲା। ଏହି ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ଘଟିଛି ଓ ଅନ୍ୟାନ୍ୟ ଲୋକ ଗୁରୁତର
ଆହତ ହୋଇଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା