ଭୁବନେଶ୍ୱର, 16 ଜୁନ (ହି.ସ.) ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାଇପ୍ରସ ଦ୍ୱାରା ପ୍ରଦାନ କରାଯାଉଥିବା ସର୍ବୋଚ୍ଚ ନାଗରିକ ସମ୍ମାନ ‘ଗ୍ରାଣ୍ଡ କ୍ରସ୍ ଅଫ୍ ଦ ଅର୍ଡର୍ ଅଫ୍ ମାକାରିଓସ୍ III’ ପ୍ରଦାନ କରାଯିବା ପରେ ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
ମୁଖ୍ୟମନ୍ତ୍ରୀ ମାଝି ସୋସିଆଲ୍ ମିଡିଆ ମାଧ୍ୟମରେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୃଢ଼ ଓ ଦୂରଦର୍ଶୀ ନେତୃତ୍ୱ ତଳେ ଭାରତ ଏକ ବିଶ୍ୱଶକ୍ତି ଭାବେ ଉଭା ହେଉଛି, ଯାହା ବିଶ୍ୱମଞ୍ଚରେ ଦେଶର ପ୍ରତିଷ୍ଠାକୁ ବଢାଉଛି ।
ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ ବିଶ୍ୱଭାତୃତ୍ୱ ଓ ବିଶ୍ୱ ସମରସତା ପ୍ରତି ଅତୁଟ ପ୍ରତିବଦ୍ଧତା ସମସ୍ତଙ୍କ ପାଇଁ ପ୍ରେରଣାଦାୟକ।
ମୁଖ୍ୟମନ୍ତ୍ରୀ ମାଝି ଆଶା ବ୍ୟକ୍ତ କରିଛନ୍ତି ଯେ, ଭାରତ ଯେପରି ବୈଶ୍ୱିକ ଜଗତରେ ନିଜର ଭୂମିକାକୁ ଦୃଢ଼ କରୁଛି, ତେଣୁ ଆଗାମୀ ଦିନରେ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀ ଏପରି ଅନେକ ଆନ୍ତର୍ଜାତୀୟ ସମ୍ମାନରେ ସମ୍ମାନିତ ହେବେ।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ