ନୂଆଦିଲ୍ଲୀ, 16 ଜୁନ୍ (ହି.ସ.)- ସାଇପ୍ରସର ରାଷ୍ଟ୍ରପତି ନିକୋସ କ୍ରିସ୍ଟୋଡୁଲାଇଡ୍ସ ଆଜି
ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ‘ଗ୍ରାଣ୍ଡ କ୍ରସ୍ ଅଫ
ଦ ଅର୍ଡର ଅଫ ମକାରିଓସ III’ ପ୍ରଦାନ କରିଛନ୍ତି। ଏହି ସମ୍ମାନ ଦୁଇ ଦେଶର
ଦୀର୍ଘକାଳୀନ ମିତ୍ରତା ଓ ସହଯୋଗର ପ୍ରତୀକ ଭାବରେ ଦିଆଯାଇଛି।
ବିଦେଶ ମନ୍ତ୍ରଣାଳୟର ମୁଖପାତ୍ର ଏକ୍ସ ମାଧ୍ୟମରେ ଏହାର ଏକ ଫଟୋ ସେୟାର
କରି ଏହାକୁ ଭାରତ-ସାଇପ୍ରସ ମିତ୍ରତା ଓ ସାଧାରଣ ବିଶ୍ୱଦୃଷ୍ଟିର ସମ୍ମାନ ବୋଲି
କହିଛନ୍ତି। ଏହି ସମ୍ମାନ ଦୁଇ ଦେଶର ମଧ୍ୟରେ ଥିବା ସ୍ଥାୟୀ ଓ ବିଶ୍ୱାସଯୋଗ୍ୟ ସମ୍ପର୍କର
ପ୍ରମାଣ ଅଟେ।
ସମ୍ମାନ ଗ୍ରହଣ କରି ପ୍ରଧାନମନ୍ତ୍ରୀ ମୋଦୀ ଏହି ସମ୍ମାନକୁ ୧୪୦ କୋଟି
ଭାରତବାସୀଙ୍କୁ ସମର୍ପିତ କରିଛନ୍ତି। ସେ ସାଇପ୍ରସର ରାଷ୍ଟ୍ରପତି, ସରକାର ଓ ସାଧାରଣ
ଜନତା ପ୍ରତି କୃତଜ୍ଞତା ବ୍ୟକ୍ତ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଏହି ସମ୍ମାନ ଭାରତର
ପ୍ରାଚୀନ ଚିନ୍ତାଧାରା ‘ଵସୁଧୈଵ କୁଟୁମ୍ବକମ୍’ ପ୍ରତି ମିଳିଥିବା
ଏକ ବିଶ୍ୱ ମାନ୍ୟତା ଅଟେ, ଯାହା ଶାନ୍ତି ଓ ସମୃଦ୍ଧି ପାଇଁ ଆମର ଚେଷ୍ଟାକୁ
ପ୍ରେରଣା ଦେଇଥାଏ। ସେ ଏହି ସମ୍ମାନକୁ ଭାରତ-ସାଇପ୍ରସ ସମ୍ପର୍କକୁ ଅଧିକ ମଜବୁତ ଓ ବହୁମୁଖି କରିବାର
ପ୍ରତିବଦ୍ଧତାର ପ୍ରତୀକ ବୋଲି କହିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଏହି ପୁରସ୍କାର ଦୁଇ
ଦେଶର ଶାନ୍ତି, ସାର୍ବଭୌମତ୍ଵ ଓ ବିକାଶ ପ୍ରତି ଥିବା ସାମୂହିକ ନିଷ୍ଠାକୁ
ଦର୍ଶାଇଥାଏ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା