ଭୁବନେଶ୍ୱର,୧୬ ଜୁନ୍ (ହି.ସ.)- ଆସନ୍ତା ୨୦ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ଆସୁଛନ୍ତି । ପ୍ରଧାନମନ୍ତ୍ରୀ ରାଜ୍ୟବାସୀଙ୍କୁ ବିଜେପି ସରକାରର ରିପୋର୍ଟ କାର୍ଡ ଦେବେ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ସେ କହିଛନ୍ତି ରାଜ୍ୟ ସରକାରଙ୍କ ଏକ ବର୍ଷର ଉପଲବ୍ଧି ଅନେକ ରହିଛି। ଡବଲ ଇଞ୍ଜିନ ସରକାରଙ୍କ ଏହା ହେଉଛି ବର୍ଷ ପୂର୍ତି। କାରଣ ରାଜ୍ୟରେ ବିଜେପି ସରକାରଙ୍କୁ ଏକ ବର୍ଷ କେନ୍ଦ୍ରରେ ମୋଦି ସରକାରଙ୍କ ୧୧ ବର୍ଷ ପୂର୍ତି। ୧ ଆଉ ୧୧ ମିଶି ୧୧୧ ସ୍ପିଡରେ କାମ କରିବ ଡବଲ ଇଞ୍ଜିନ ସରକାର। ଉଭୟ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ଲୋକଙ୍କୁ ବିଜେପି ସରକାର କାମର ରିପୋର୍ଟ କାର୍ଡ ଦେବେ ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା