ପୁଣେ ପୋଲ ଦୁର୍ଘଟଣାରେ ଏବେ ସୁଦ୍ଧା 4ଜଣଙ୍କ ମୃତ୍ୟୁ, 51 ଉଦ୍ଧାର, 8ଜଣଙ୍କ ଅବସ୍ଥା ଗୁରୁତର
ମୁମ୍ବାଇ, 16 ଜୁନ୍ (ହି.ସ.)- ପୁଣେର ମାୱଳ ତହସିଲ୍ ଅଞ୍ଚଳରେ ଇନ୍ଦ୍ରାୟଣୀ ନଦୀ ଉପରେ ନିର୍ମିତ ଏକ ପୋଲ୍ ଭାଙ୍ଗିପଡ଼ିବା ଘଟଣାରେ ଏପର୍ଯ୍ୟନ୍ତ ୪ ଜଣଙ୍କ ମୃତ୍ୟୁ ଘଟିଛି। ଏହି ଘଟଣା ସଂପର୍କରେ ଏନଡିଆରଏଫ ପକ୍ଷରୁ ଚାଲିଥିବା ଉଦ୍ଧାର ଅଭିଯାନରେ ଏପର୍ଯ୍ୟନ୍ତ ୫୧ ଜଣକୁ ନଦୀରୁ ବାହାର
ପୁଣେ ପୋଲ ଦୁର୍ଘଟଣାରେ ଏବେ ସୁଦ୍ଧା 4ଜଣଙ୍କ ମୃତ୍ୟୁ, 51 ଉଦ୍ଧାର,     8ଜଣଙ୍କ ଅବସ୍ଥା ଗୁରୁତର


ମୁମ୍ବାଇ, 16 ଜୁନ୍ (ହି.ସ.)- ପୁଣେର ମାୱଳ ତହସିଲ୍ ଅଞ୍ଚଳରେ ଇନ୍ଦ୍ରାୟଣୀ ନଦୀ ଉପରେ

ନିର୍ମିତ ଏକ ପୋଲ୍ ଭାଙ୍ଗିପଡ଼ିବା ଘଟଣାରେ ଏପର୍ଯ୍ୟନ୍ତ ୪ ଜଣଙ୍କ ମୃତ୍ୟୁ ଘଟିଛି। ଏହି ଘଟଣା ସଂପର୍କରେ

ଏନଡିଆରଏଫ ପକ୍ଷରୁ ଚାଲିଥିବା ଉଦ୍ଧାର ଅଭିଯାନରେ ଏପର୍ଯ୍ୟନ୍ତ ୫୧ ଜଣକୁ ନଦୀରୁ ବାହାର

କରାଯାଇଛି। ଏମାନଙ୍କ ମଧ୍ୟରୁ ୮ ଜଣଙ୍କ ଅବସ୍ଥା ଗୁରୁତର ରହିଛି ।

ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡଣଭିସ୍ ମୃତ୍ୟୁବରଣ କରିଥିବା

ବ୍ୟକ୍ତିମାନଙ୍କ ପରିବାରକୁ ୫-୫ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଓ ଆହତମାନଙ୍କର ଚିକିତ୍ସା

ସରକାରୀ ଖର୍ଚ୍ଚରେ କରାଯିବ ବୋଲି ଘୋଷଣା କରିଛନ୍ତି। ବର୍ତ୍ତମାନ ସୋମବାର ସକାଳରୁ ଉଦ୍ଧାର

କାର୍ଯ୍ୟ ଜାରି ଅଛି।

ଇନ୍ଦ୍ରାୟଣୀ ନଦୀ ଉପରେ ଥିବା ପୋଲ୍ ରବିବାର ଦ୍ୱିପ୍ରହରରେ ହଠାତ୍

ଭାଙ୍ଗିପଡ଼ିବାରୁ ଅନେକ ପର୍ଯ୍ୟଟକ ନଦୀରେ ଭାସିଯାଇଥିଲେ । ଖବର ଅନୁଯାୟୀ, ପୋଲ୍ ଭାଙ୍ଗିବା

ବେଳେ ସେଠାରେ ପ୍ରାୟ ୧୦୦ ଜଣ ପର୍ଯ୍ୟଟକ ଉପସ୍ଥିତ ଥିଲେ। ଘଟଣା ସଂପର୍କରେ ସୂଚନା ମିଳିବା ମାତ୍ରେ

ଏନଡିଆରଏଫର ଦୁଇଟି ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ରବିବାର

ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲିଥିବା ଉଦ୍ଧାର ଅଭିଯାନରେ ୫୧ ଜଣଙ୍କୁ ନଦୀରୁ ବାହାର

କରାଯାଇଛି। ଏମାନଙ୍କ ମଧ୍ୟରୁ ୪ ଜଣଙ୍କ ମୃତ୍ୟୁ ଘଟିଛି। ମୃତ୍ୟୁବରଣ କରିଥିବା ବ୍ୟକ୍ତିମାନଙ୍କର

ପରିଚୟ ଚନ୍ଦ୍ରକାନ୍ତ ସାଠଲେ,

ରୋହିତ ମାନେ, ବିହାନ ମାନେ ଓ

ଗୋଟିଏ ଅନ୍ୟ ବ୍ୟକ୍ତି ଭାବରେ ହୋଇଛି। ଆଠ ଜଣଙ୍କ ଅବସ୍ଥା ଗୁରୁତର ଅଛି ଓ ସେମାନଙ୍କର ଚିକିତ୍ସା

ଚାଲିଛି। ଅନ୍ୟାନ୍ୟ ଲୋକ ସାଧାରଣ ଭାବରେ ଆହତ ହୋଇଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande