ଜୟପୁର, ୧୬ ଜୁନ୍ (ହି.ସ.)- ଜୟପୁର ପୌରାଞ୍ଚଳରେ ଆଜି ବିକାଶ ବାହାନର ଶୁଭାରମ୍ଭ ହୋଇଛି । ରାଜ୍ୟ ସରକାରଙ୍କ ଏକ ବର୍ଷ ପୁତ୍ତି ଉପଲକ୍ଷେ ଏହି ବିକାଶ ବାହାନର ଶୁଭାରମ୍ଭ ହୋଇଛିା ଜୟପୁର ପୌରପରିଷଦତରଫରୁ ପାର୍କିଂ ସ୍ଥାନରେ ଶୁଭାରମ୍ଭ ହୋଇଛି । ପୌର ଅଧ୍ୟକ୍ଷ ନରେନ୍ଦ୍ର କୁମାର ମହାନ୍ତି ଆଜି ସକାଳ ୯ଟା ସମୟରେ ଏହାର ଉଦଘାଟନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଉପ ଜିଲାପାଳ ଆକା ବରମ ଶଶ୍ୟା ରେଡ୍ଡି, ପୌର ଉପାଧ୍ୟକ୍ଷ ବି. ସୁନିତା ଅତିରିକ୍ତ ପୌର ନିବାହୀ ଅଧିକାରି ପୁଜା ରାଉତ, କାଉନସିଲର ପୌର କର୍ମଚାରି, ସ୍ୱଛ ସାଥି, ଏସଏସଜି ମହିଳା ପ୍ରମୁଖ ଉପସ୍ଥିତ ଥିଲେ ।୧୬ ତାରିଖ ଠାରୁ ୧୮ ତାରିଖ ଯାଏ ୩ ଦିନ ଧରି ଏହି ରଥ ଜୟପୁର ପୌରାଞ୍ଚଳର ସମସ୍ତ ୱାର୍ଡ ସାହି ବୁଲି ଲୋକଙ୍କୁ ସଚେତନ କରିବ । ସରକାରଙ୍କ ବିଭିନ୍ନ ଯୋଜନା ଉପରେ ଲୋକଙ୍କୁ ସଚେତନ କରିବ। ୧୦ଟି ବିଭାଗର ବିଭିନ୍ନ ସୁବିଧା ଯେପରିକି ରାସନ କାର୍ଡ, ଲେବର କାର୍ଡ, ଭତ୍ତା, ସ୍ୱାସ୍ଥ୍ୟ କାର୍ଡ ଆଦି ଉପରେ ସଚେତନ କରିବ ।
ହିନ୍ଦୁସ୍ଥାନ ସମାଚାର / ପିକେପି