ସୁବର୍ଣ୍ଣପୁର, ୧୮ ଜୁନ୍(ହି.ସ.) –ଆଜି ସକାଳେ ଏକ ଯାତ୍ରୀବାହୀ ବସ ଭାରସାମ୍ୟ ହରାଇ ମୁର୍ମୁରି ଜୋର ବ୍ରିଜ ବାଡ଼ରେ ପିଟି ହୋଇ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା ଫଳରେ ଏଥିରେ ଯାତ୍ରା କରୁଥିବା ୩୫ଜଣ ଯାତ୍ରୀ ଏକ ବଡ଼ ଅଘଟଣରୁ ବର୍ତୀ ଯାଇଛନ୍ତି। ଖବର ନେବାରୁ ଜଣାପଡିଛି ଯେ ଶୁଭଲକ୍ଷ୍ମୀ ନାମକ ଏକ ବସ(ଓଆର୍୧୭ଏଚ୍୭୮୪୨) ବରଗଡ଼ ଭାୟା ବିନିକା ଦେଇ ବୌଦ୍ଧ ଯାଉଥିଲା। ଗାଡ଼ି ଚାଲକ ମୋବାଇଲ ଫୋନରେ କାହା ସହିତ କଥାବାର୍ତା ହେଉଥିବାରୁ ଗାଡ଼ିଟି ଯେତେବେଳେ ବ୍ରିଜ ପାଖକୁ ଆସିଲା ସେତେବେଳେ ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା। ଗାଡ଼ିର ଡାହାଣ ପଟ ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛି। ଦୁର୍ଘଟଣା ପରେ ବସିଥିବା ଯାତ୍ରୀ ମାନେ ପ୍ରାଣ ବିକଳରେ ଗାଡିରୁ ଓହ୍ଲାଇ ଥିଲେ। କେତେକ ଯାତ୍ରୀ ଖଣ୍ଡିଆ ଖାବରା ହୋଇଥିଲେ ମଧ୍ୟ ଏକ ବଡ଼ ବିପଦରୁ ସମସ୍ତ ଯାତ୍ରୀ ଉଦ୍ଧାର ପାଇଥିଲେ। ଘଟଣା ପରେ ଚାଲକକୁ ଯାତ୍ରୀମାନେ ମୋବାଇଲ ଫୋନରେ କଥା ହେଉଥିବାରୁ ଏପରି ହେଲା ଭାବି ଗାଳିଗୁଲଜ କରିଥିଲେ। ଘଟଣା ପ୍ରଘଟ ହେବା ପରେ ଆଖପାଖ ଗ୍ରାମରୁ ବହୁ ଲୋକଙ୍କ ସମାଗମ ଦେଖି ଗାଡି ଚାଲକ ସେଠାରୁ ଫେରାର ମାରିଥିଲା।
ହିନ୍ଦୁସ୍ଥାନ ସମାଚାର/ଗୋପବନ୍ଧୁ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ