ଇମ୍ଫାଲ, 18 ଜୁନ
(ହି.ସ)-ମଣିପୁରରେ ସୁରକ୍ଷାବାହିନୀ ଆତଙ୍କବାଦ
ବିରୋଧୀ ଅଭିଯାନ ସମୟରେ କେସୀପୀର ଚାରିଜଣ ଉଗ୍ରବାଦୀଙ୍କୁ ଗିରଫକରିଛନ୍ତି।ଚାରିଜଣଙ୍କ ବିରୁଦ୍ଧରେ ଗୁରୁତର ଅଭିଯୋଗ
ରହିଛି।ସୁରକ୍ଷାବାହିନୀର ସୁଚନା ଅନୁଯାୟୀ ଏହି ଲୋକମାନେ ରାଜ୍ୟରେ ଶାନ୍ତି ବିଭ୍ରାନ୍ତ କରିବା
ଏବଂ ସାଧାରଣ ଲୋକଙ୍କଠାରୁ ଟଙ୍କା ଆଦାୟ କରିବାରେ ସମ୍ପୃକ୍ତ ଥିଲେ।ପୁର୍ବ ଗିରଫଦାରୀଇମ୍ଫାଲ ଇଷ୍ଟ ଜିଲ୍ଲାର ଲ୍ୟାମ୍ଫେଲ ଥାନା ଅଞ୍ଚଳର
ଲାଇରିକ୍ୟେଙ୍ଗବମ ମଖା ଲୋକ୍ୟାରେ କରାଯାଇଥିଲା।ଏଠାରୁ ହାଓବମ ସିଟଲଜୀତ ମେତେଇ (55)କୁ ଗିରଫ କରାଯାଇଛି।ସେ
ସେଜାଙ୍ଗ ଅବାଙ୍ଗ ଲେକ୍ୟା ଇମ୍ଫାଲ ଇଷ୍ଟର ବାସିନ୍ଦା।ତାଙ୍କଠାରୁ ଗୋଟିଏ ନାଇନ ଏମଏମ ପିସ୍ତଲ
(ମ୍ୟାଗାଜିନ ସହିତ ଲୋଡେଡ),ପାଞ୍ଚୋଟି ନାଇନ ଏମଏମ ଜୀବନ୍ତ କ୍ୟାଟ୍ରିଜ,ତିନୋଟି ମୋବାଇଲ ଫୋନ
ଜବତ କରାଯାଇଛି।ଦ୍ୱିତୀୟ ଗିରଫଦାରୀ ଇମ୍ଫାଲ ୱେଷ୍ଟ ଜିଲ୍ଲାର ଚିଙ୍ଗମେଇରୋଙ୍ଗ ମମାଙ୍ଗ
ଲେକ୍ୟାରୁ କରାଯାଇଥିଲା।ଯେଉଁଠାରେ କେସୀପୀ (ଏମଏଫଏଲ)ର ସକ୍ରିୟ ମହିଳା ସଦସ୍ୟ ୟୁମନାମ
ଜେନିକା(22)ଙ୍କୁ ଗିରଫ କରାଯାଇଛି।ସେଠାରେ ମୋଇରକମ୍ପୁ ଅବାଙ୍ଗ ଲେକ୍ୟା,ଇମ୍ଫାଲ ଇଷ୍ଟର
ବାସିନ୍ଦା।ସେ ମଧ୍ୟ ବଟି ଆଦାୟରେସମ୍ପୃକ୍ତ
ଥିଲେ।ତାଙ୍କ ନିକଟରୁ ଗୋଟିଏ ମୋବାଇଲ ଫୋନ ଏବଂ 2500 ଟଙ୍କା ନଗଦ ଜବତ କରାଯାଇଥିଲା।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା