ଖାମେନେଇଙ୍କ ଉପରେ ଟ୍ରମ୍ପଙ୍କ ଧମକ ପ୍ରଭାବହୀନ,ଇରାନର ସର୍ବୋଚ୍ଚ ନେତା ଘୋଷଣା କରିଛନ୍ତି -ଯୁଦ୍ଧ ଏବେ ଆରମ୍ଭ ହୋଇଛି
ତେହରାନ, 18 ଜୁନ (ହି.ସ)- ଇରାନ ଏବଂ ଇସ୍ରାଏଲ ମଧ୍ୟରେ ସାମରିକ ସଙ୍ଘର୍ଷ ଆଜି ଷଷ୍ଠ ଦିନରେ ପହଁଞ୍ଚିଛି।ଆମେରିକାର ରାଷ୍ଟ୍ରପତି ଡ୍ରୋନାଲ୍ଚ ଟ୍ରମ୍ପଙ୍କ ଧମକ ଇରାନର ସର୍ବୋଚ୍ଚ ନେତା ଅୟାତୁଲ୍ଲାଅଲୀ ଖାମେନେଇଙ୍କ କୌଣସି ପ୍ରଭାବ ପକାଇ ନାହିଁ। ଖାମେନେଇ ଏକ୍ସ ହ୍ୟାଣ୍ଡେଲରେ କହିଛନ
ଖାମେନେଇଙ୍କ ଉପରେ ଟ୍ରମ୍ପଙ୍କ ଧମକ ପ୍ରଭାବହୀନ,ଇରାନର ସର୍ବୋଚ୍ଚ ନେତା ଘୋଷଣା କରିଛନ୍ତି -ଯୁଦ୍ଧ ଏବେ ଆରମ୍ଭ ହୋଇଛି


ତେହରାନ, 18 ଜୁନ (ହି.ସ)- ଇରାନ ଏବଂ ଇସ୍ରାଏଲ ମଧ୍ୟରେ ସାମରିକ ସଙ୍ଘର୍ଷ ଆଜି ଷଷ୍ଠ ଦିନରେ ପହଁଞ୍ଚିଛି।ଆମେରିକାର ରାଷ୍ଟ୍ରପତି

ଡ୍ରୋନାଲ୍ଚ ଟ୍ରମ୍ପଙ୍କ ଧମକ ଇରାନର ସର୍ବୋଚ୍ଚ ନେତା ଅୟାତୁଲ୍ଲାଅଲୀ

ଖାମେନେଇଙ୍କ କୌଣସି ପ୍ରଭାବ ପକାଇ ନାହିଁ।

ଖାମେନେଇ ଏକ୍ସ ହ୍ୟାଣ୍ଡେଲରେ କହିଛନ୍ତି ଯୁଦ୍ଧ

ଆରମ୍ଭ ହୋଇଗଲାଣି। ହ୍ୱାଇଟହାଉସ କହିଛି ଯେ କିଛି ଘଣ୍ଟା ପୁର୍ବରୁ ରାଷ୍ଟ୍ରପତି ଟ୍ରମ୍ପ ତାଙ୍କର

ଜାତୀୟ ସୁରକ୍ଷା ଦଳ ସହିତ ସାକ୍ଷାତ କରିବା ସମୟରେ ଇସ୍ରାଏଲର ପ୍ରଧାନମନ୍ତ୍ରୀବେଞ୍ଜାମିନ ନେତନ୍ୟାହୁଙ୍କ ସହ ଟେଲିଫୋନ ମାଧ୍ୟମରେ

କଥା ହୋଇଥିଲେ। ଆମେରିକାର ଦ ନ୍ୟୁୟର୍କ ଟାଇମ୍ସ ଖବରକାଗଜ ଏବଂ ସିଏନଏନ ଚ୍ୟାନେଲ ଖବର ଅନୁସାରେ

ସମଗ୍ର ମଧ୍ୟପ୍ରାଚ୍ୟ ଉପରେ ଘୋଡାଇ ରହିଥିବା ଯୁଦ୍ଧର ବାଦଲ ବିଷୟରେ ବିସ୍ତୃତ ଆଲୋଚନା କରାଯାଇଛି।ଏହି

ରିପୋର୍ଟ ଅନୁଯାୟୀ ଟ୍ରମ୍ପ ଇରାନର ନିର୍ବାପିତ ଆତ୍ମସମର୍ପଣ ପାଇଁ ଆହ୍ୱାନ ଦେଇ ସର୍ବୋଚ୍ଚ

ନେତାଙ୍କୁ ଧମକ ଦେଇଥିଲେ।ରାଷ୍ଟ୍ରପତି ଘୋଷଣା କରିଛନ୍ତି ଏବେ ଇରାନର ଆକାଶରେ ଆମର

ସମ୍ପର୍ଣ୍ଣନିୟନ୍ତ୍ରଣ ଅଛି। ଟ୍ରମ୍ପଙ୍କ

ସୋଶିଆଲ ଟ୍ରୁଥ ଉପରେ ଏହି ଟିପ୍ପଣୀ ଏପରି ଏକ ସମୟରେ ଆସିଛି ଯେତେବେଳେ ଦୃଢ ସଙ୍କେତ ମିଳେ ଯେ ଆମେରିକା,ଇରାନ

ବିରୁଦ୍ଧରେ ଇସ୍ରାଏଲର ବୋମା ମାଡ ଅଭିଯାନରେ ଯୋଗଦେବାକୁ ବିଚାର କରୁଛି।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande