ମାଲକାନଗିରି ର ଦୁଇ ଶ୍ରବଣ ଓ ବୋଧନ ଶକ୍ତି ହୀନ ଶିଶୁ ଜାତୀୟ ଜୁଡୋ ଚାମ୍ପିଅନସିପ ପାଇଁ ମନୋନୀତ
ମାଲକାନଗିରି, ୧୮ ଜୁନ୍ (ହି.ସ.) ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ବଡ଼ପଦର ପଞ୍ଚାୟତ ଲମ୍ବାସିଂ ଆଦିବାସୀ ଗ୍ରାମରେ ରେ ଜନ୍ମ ନେଇଥିବା ଦୁଇ ଦିବ୍ୟାଙ୍ଗ ଶିଶୁ ଆଜି ଜିଲ୍ଲା ପାଇଁ ଗର୍ବ ଓ ପ୍ରେରଣାର ଉଦାହରଣ ହୋଇଉଠିଛନ୍ତି। ନାୟକଗୁଡ଼ା ସ୍ଥିତ ଈର୍ମବାକା ସ୍ୱତନ୍ତ୍ର ବିଦ୍ୟାଳୟ ର ପୂର୍ବତନ ଦୁ
ମାଲକାନଗିରି ର ଦୁଇ ଶ୍ରବଣ ଓ ବୋଧନ ଶକ୍ତି ହୀନ ଶିଶୁ ଜାତୀୟ ଜୁଡୋ ଚାମ୍ପିଅନସିପ ପାଇଁ ମନୋନୀତ।


ମାଲକାନଗିରି ର ଦୁଇ ଶ୍ରବଣ ଓ ବୋଧନ ଶକ୍ତି ହୀନ ଶିଶୁ ଜାତୀୟ ଜୁଡୋ ଚାମ୍ପିଅନସିପ ପାଇଁ ମନୋନୀତ।


ମାଲକାନଗିରି, ୧୮ ଜୁନ୍ (ହି.ସ.) ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ବଡ଼ପଦର ପଞ୍ଚାୟତ ଲମ୍ବାସିଂ ଆଦିବାସୀ ଗ୍ରାମରେ ରେ ଜନ୍ମ ନେଇଥିବା ଦୁଇ ଦିବ୍ୟାଙ୍ଗ ଶିଶୁ ଆଜି ଜିଲ୍ଲା ପାଇଁ ଗର୍ବ ଓ ପ୍ରେରଣାର ଉଦାହରଣ ହୋଇଉଠିଛନ୍ତି। ନାୟକଗୁଡ଼ା ସ୍ଥିତ ଈର୍ମବାକା ସ୍ୱତନ୍ତ୍ର ବିଦ୍ୟାଳୟ ର ପୂର୍ବତନ ଦୁଇ ଆଦିବାସୀ ଛାତ୍ର ରୁକୁନାଥ ସିଶା ଏଵଂ ରବିନାଥ ଜିଗିଡି ଏହି ଦୁଇ ଶ୍ରବଣ ଓ ବୋଧନ ଶକ୍ତି ହୀନ ଶିଶୁ ଆସନ୍ତା ୨୦ଜୁନ ରୁ ୨୩ଜୁନ୍ ପର୍ଯ୍ୟନ୍ତ କାନପୁର, ଉତ୍ତରପ୍ରଦେଶ ରେ ହେବାକୁ ଯାଉଥିବା ରାଷ୍ଟ୍ରୀୟ ବଧିର କ୍ରୀଡା ଚାମ୍ପିୟନ୍‌ସିପ୍‌ ପାଇଁ ବଛା ହୋଇଛନ୍ତି। ଖୁସିର କଥା ଯେ ସାରା ଓଡିଶାରୁ ଚାରିଜଣ ଖେଳାଳି ଙ୍କ ମଧ୍ୟରେ ମାଲକାନଗିରିର ଏହି ଦୁଇଜଣ ଖେଳାଳୀ ଅଛନ୍ତି।

ଏମାନେ ମାନସିକ ଓ ଶାରୀରିକ ବାଧା ସହିତ ସଂଘର୍ଷ କରି, ଅନନ୍ୟ ପ୍ରତିଭା ଓ ଦୃଢ଼ ସଂକଳ୍ପ ଦ୍ୱାରା ଖେଳ କ୍ଷେତ୍ରରେ ଏକ ଅଲଗା ପରିଚୟ ସୃଷ୍ଟି କରିଛନ୍ତି।ଆଓମା ଗୁରୁକୂଳ ଏଵଂ ଜୁଡୋ ଆଶ୍ସୋସିଏସନ ଅଫ ମାଲକାନଗିରି ର ମିଳିତ ପ୍ରୟାସ ଏଵଂ ଜିଲ୍ଲା ପ୍ରଶାସନ ର ସାହାଯ୍ୟ ଏଵଂ ସହଯୋଗ ଦ୍ବାରା ଏହା ସମ୍ଭବ ହୋଇ ପାରିଛି ବୋଲି ଅନୁଷ୍ଠାନ ର ମୂଖ୍ୟ ବିନାଶ କୁମାର ମିଶ୍ର ପ୍ରକାଶ କରିଛନ୍ତି।

ଟାଲେଣ୍ଟ ଥିଲେ ମଧ୍ୟ, ଏମାନଙ୍କ ପରିବାର ଅତି ଗରିବ ହୋଇଥିବାରୁ, ଯାତ୍ରା, ରହଣୀୟ, ଖାଦ୍ୟ ଓ ଅନ୍ୟାନ୍ୟ ଖର୍ଚ୍ଚ ପାଇଁ ସମ୍ପୂର୍ଣ୍ଣ ଭାବେ ଅସମର୍ଥ। ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି, ଜିଲ୍ଲାପାଳ ଶ୍ରୀ ଆଶିଷ ଇଶ୍ୱର ପାଟିଲ ସେମାନଙ୍କୁ ଜିଲ୍ଲା ରେଡକ୍ରସ୍ ତରଫରୁ ଆବଶ୍ୟକ ସାହାଯ୍ୟ ସହଯୋଗ ପ୍ରଦାନ କରିଛନ୍ତି! ଏହି ଅବସରରେ ଜିଲ୍ଲା ର ସମସ୍ତ ଅଧିକା ସିଡିଓ କମ ଈଓ ନରେଶ ଚନ୍ଦ୍ର ଶବର, ଏପିଡି ଅର୍ଥ ମାନସ ମିଶ୍ର, ତତ୍ ସହିତ ପୂର୍ବତନ ସହକାରୀ ଜିଲ୍ଲପାଳ ଶ୍ରୀମତୀ ସସ୍ମିତା ସ୍ବାଇଁ, ଡି ଆଇ ପି ଆର ଓ ସୁଶ୍ରୀ ପ୍ରମିଳା ଲକ୍ଷ୍ମୀ ମାଝୀ , ଡି ଏସ ଏସ ଓ ନିର୍ମ୍ମଲ୍ ଧୂର୍ବେ,ଡି ଏସ ଓ ଅଜୟ ମଣ୍ଡଙ୍ଗି, ଡିସିପିଓ ନାରାୟଣ ଦାଶ ଏଵଂ ହିମାଂଶୁ ମହାରଣା ଆଦି ସମସ୍ତ ଅଧିକାରୀ ଦୁଇ ଖେଳାଳୀ ଙ୍କୁ ପ୍ରଶଂସା କରିବା ସହିତ ପ୍ରେରଣା ଦେଇଥିଲେ।

ଏହି ଦୁଇ ଖେଳାଳିଙ୍କ ପ୍ରୟାସ କେବଳ ଏକ ବ୍ୟକ୍ତିଗତ ଜିତ ନୁହେଁ, ବରଂ ଏହା ଜିଲ୍ଲାର ଅନେକ ଦିବ୍ୟାଙ୍ଗ ଶିଶୁମାନଙ୍କ ପାଇଁ ଏକ ପ୍ରେରଣା ହେବା ସହିତ ଜିଲ୍ଲାକୁ କ୍ରୀଡା ମାନଚିତ୍ରରେ ଅନ୍ୟଏକ ମାନ୍ୟତା ଦେଇପାରିବ। ସମସ୍ତ ସାହାଯ୍ୟ ସହଯୋଗ ପାଈଁ ଆଓମା ଗୁରୁକୂଳ ଏଵଂ ଜୁଡୋ ଆଶ୍ସୋସିଏସନଫ ମାଲକାନଗିରି ପ୍ରେସିଡେଣ୍ଟ ରତ୍ନାକର ଦାଶ ଙ୍କ ସହିତ ସମସ୍ତ ସଦସ୍ୟ ଜିଲ୍ଲାପ୍ରଶାସନ ଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଇଛନ୍ତି। ଏହି ସୁନ୍ଦର୍ ଉଦ୍ୟମ ପାଇଁ ଜିଲ୍ଲାବାସୀଙ୍କ ତରଫରୁ ସମସ୍ତଙ୍କୁ ପ୍ରଶଂସା କରାଯାଉଛି।

---------------

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande