ଉତ୍ତର ପ୍ରଦେଶର ବୁଲନ୍ଦସହରରେ ପୋଲରେ ଧକ୍କା ହୋଇ କାରରେ ଲାଗିଲା ନିଆଁ, 5ଜଣ ଜଳିଗଲେ
ବୁଲନ୍ଦସହର, 18 ଜୁନ୍ (ହି.ସ.)- ଉତ୍ତର ପ୍ରଦେଶର ବୁଲନ୍ଦସହର ଜିଲ୍ଲାରେ ଏକ ଭୟାନକ ଦୁର୍ଘଟଣା ଘଟିଛି। ଏଠାରେ ଏକ କାର୍ ପୋଲ ସହ ଧକ୍କା ଖାଇ ଓଲଟିଯାଇଥିଲା ଓ ଏହାପରେ ନିଆଁ ଲାଗିଯାଇଥିଲା । ଏହି ଦୁର୍ଘଟଣାରେ କାର୍ରେ ଥିବା ପାଞ୍ଚ ଜଣ ଜୀବନ୍ତ ଜଳିଯାଇ ମୃତ୍ୟୁବରଣ କରିଛନ
ଉତ୍ତର ପ୍ରଦେଶର     ବୁଲନ୍ଦସହରରେ ପୋଲରେ ଧକ୍କା ହୋଇ କାରରେ ଲାଗିଲା ନିଆଁ, 5ଜଣ ଜଳିଗଲେ


ବୁଲନ୍ଦସହର, 18 ଜୁନ୍ (ହି.ସ.)- ଉତ୍ତର

ପ୍ରଦେଶର ବୁଲନ୍ଦସହର ଜିଲ୍ଲାରେ ଏକ ଭୟାନକ ଦୁର୍ଘଟଣା ଘଟିଛି। ଏଠାରେ ଏକ କାର୍ ପୋଲ ସହ ଧକ୍କା

ଖାଇ ଓଲଟିଯାଇଥିଲା ଓ ଏହାପରେ ନିଆଁ ଲାଗିଯାଇଥିଲା । ଏହି ଦୁର୍ଘଟଣାରେ କାର୍ରେ ଥିବା ପାଞ୍ଚ ଜଣ

ଜୀବନ୍ତ ଜଳିଯାଇ ମୃତ୍ୟୁବରଣ କରିଛନ୍ତି, ଯେଉଁଥିରେ ଜଣେ କିଶୋରୀ ଗୁରୁତର ଆହତ ହୋଇଛନ୍ତି ଏବଂ ତାଙ୍କୁ ହାସ୍ପିଟାଲରେ

ଭର୍ତ୍ତି କରାଯାଇଛି। ଏହି କାରରେ ଥିବା ଲୋକେ ବଦାୟୁରେ ଏକ ବିବାହ ସମାରୋହରୁ ଦିଲ୍ଲୀ

ଫେରୁଥିଲେ।

ଏସପି ଦେହାତ ଡ଼ଃ ତେଜବୀର

ସିଂହ କହିଛନ୍ତି ଯେ, ଏକ ବିବାହ ସମାରୋହରୁ କାରରେ ଥିବା ଲୋକେ ବଦାୟୁ ଜିଲ୍ଲାର ସହସ୍ୱାନ୍ ରୁ ଦିଲ୍ଲୀର ମାଳବୀୟ

ନଗରକୁ ଫେରୁଥିଲେ। ଏହି ସମୟରେଜାହାଙ୍ଗିରାବାଦ କୋତୱାଲୀ ଥାନା ଅଂତର୍ଗତ ଗ୍ରାମ ଜାନିପୁର ଚନ୍ଦୌସ

ନିକଟରେ କାର ହଠାତ୍ ପୋଲ ସହ ଧକ୍କା ହୋଇଥିଲା । ଧକ୍କା ପରେ କାରରେ ନିଆଁ ଲାଗିଯାଇଥିଲା ଏବଂ

5ଜଣ ଜୀବନ୍ତ ଜଳିଯାଇଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande