ଝାନସୀ ରାଣୀ ଲକ୍ଷ୍ମୀବାଈଙ୍କ ନମନ କଲେ ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର, 18 ଜୁନ୍ (ହି.ସ.)- ଝାନସି ରାଣୀ ଲକ୍ଷ୍ମବାଈଙ୍କ ସ୍ମୃତିଚାରଣ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏନେଇ ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଝାନ୍ସିର ରାଣୀ ଲକ୍ଷ୍ମୀବାଈଙ୍କ ରଣକୌଶଳ, କୌଶଳପୂର୍ଣ୍ଣ ଯୁଦ୍ଧନ
ଝାନସୀ ରାଣୀ ଲକ୍ଷ୍ମୀବାଈଙ୍କ     ନମନ କଲେ ଧର୍ମେନ୍ଦ୍ର ପ୍ରଧାନ


ଭୁବନେଶ୍ୱର, 18 ଜୁନ୍ (ହି.ସ.)- ଝାନସି ରାଣୀ

ଲକ୍ଷ୍ମବାଈଙ୍କ ସ୍ମୃତିଚାରଣ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏନେଇ

ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଝାନ୍ସିର ରାଣୀ ଲକ୍ଷ୍ମୀବାଈଙ୍କ

ରଣକୌଶଳ, କୌଶଳପୂର୍ଣ୍ଣ

ଯୁଦ୍ଧନୀତି ଓ ବୀରତା କେବଳ ବ୍ରିଟିଶ ଶାସନର ମୂଳଦୁଆ ଦୋହଲାଇ ଦେଇନଥିଲା,

ବରଂ ସମ୍ପୂର୍ଣ୍ଣ ଦେଶରେ ସ୍ୱାଧୀନତାର ଧୁନି ଜଳାଇଥିଲା।

ମୁଁ ମୋ ଝାନ୍ସି ଦେବିନି — ତାଙ୍କର ଏହି ସ୍ୱାଭିମାନୀ ଉଦଘୋଷ ଆଜି ବି ପ୍ରତି ଭାରତବାସୀଙ୍କ ହୃଦୟରେ ଗର୍ବ ଓ ସ୍ୱାଭିମାନର ଭାବ ଭରିଦିଏ। ତାଙ୍କର ବୀରତା ଓ ବଳିଦାନ ନାରୀ ଶକ୍ତିର ସାମର୍ଥ୍ୟର ଏମିତି ଉଦାହରଣ

ପ୍ରସ୍ତୁତ କରିଛି ଯାହା କାଳଜୟୀ ଅଟେ ।

ତାଙ୍କର ଗୌରବଗାଥା ପ୍ରତ୍ୟେକ

ଯୁଗରେ ନାରୀ ଶକ୍ତି ଓ ସ୍ୱରାଜ୍ୟ ପ୍ରତି

ସମର୍ପଣର ଅଲିଭା ପ୍ରେରଣା ହୋଇ ରହିବ। ଅଦମ୍ୟ ସାହସ,

ବୀରତା, ସ୍ୱାଭିମାନ ଓ

ରାଷ୍ଟ୍ରଭକ୍ତିର ପ୍ରତୀକ ବୀରାଙ୍ଗନା ରାଣୀ ଲକ୍ଷ୍ମୀବାଈଙ୍କୁ ତାଙ୍କର ବଳିଦାନ ଦିବସରେ ଶ୍ରଦ୍ଧା

ସହିତ ନମନ କରୁଛି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande