ଇଟାନଗର, 18 ଜୁନ୍ (ହି.ସ.)
- ଅରୁଣାଚଳ
ପ୍ରଦେଶରେ ବୁଧବାର ଦ୍ୱିପ୍ରହର ସମୟରେ ଭୂକମ୍ପର ଝଟକା ଅନୁଭୂତ ହୋଇଛି। ରିକ୍ଟର୍ ସ୍କେଲରେ ଏହି
ଭୂକମ୍ପର ତୀବ୍ରତା 3.5 ରେକର୍ଡ କରାଯାଇଛି। ଭୂକମ୍ପ ପରେ ଏବେ ସୁଦ୍ଧା କୌଣସି କ୍ଷତିର ସୂଚନା
ମିଳିନାହିଁ।
ଅରୁଣାଚଳ ପ୍ରଦେଶରେ ଆଜି 11ଟା
51ମିନିଟ୍ 31 ସେକେଣ୍ଡରେ ଏହି ଭୂକମ୍ପ ଅନୁଭୂତ ହୋଇଥିଲା। ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ରର
ତଥ୍ୟ ଅନୁସାରେ,
ଏହି ଭୂକମ୍ପର କେନ୍ଦ୍ର ଅରୁଣାଚଳ ପ୍ରଦେଶର ୱେଷ୍ଟ କାମେଙ୍ଗ
ଜିଲ୍ଲାରେ ଭୂପୃଷ୍ଠରୁ ପ୍ରାୟ 10 କିଳୋମିଟର ତଳେ । ଭୂକମ୍ପର ଉପରକେନ୍ଦ୍ର (ଏପିକ ସେଣ୍ଟର୍)
27.09 ଉତ୍ତର ଅକ୍ଷାଂଶ ଓ 92.06 ପୂର୍ବ ଦେଶାଂତରରେ ଥିଲା।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା