ଇରାନ-ଇସ୍ରାଏଲ ସଂଘର୍ଷ ଯୋଗୁ ତୈଳ ବଜାରରେ ହଇଚଇ, ଅଶୋଧିତ ତୈଳ ଓ ପେଟ୍ରୋଲ ମୂଲ୍ୟ ବୃଦ୍ଧି
ୱାଶିଂଟନ, 18 ଜୁନ୍ (ହି.ସ.)- ଇରାନ୍‌ ଓ ଇସ୍ରାଏଲ୍‌ ମଧ୍ୟରେ ଚାଲିଥିବା ସଂଘର୍ଷମୂଳକ ପରିସ୍ଥିତିର ପ୍ରଭାବ ବର୍ତ୍ତମାନ ବିଶ୍ୱ ଉର୍ଜା ବଜାରରେ ସ୍ପଷ୍ଟ ଭାବେ ଦେଖାଯାଉଛି। ତେଲ ଓ ପେଟ୍ରୋଲର ଦାମରେ ହଠାତ୍ ବୃଦ୍ଧି ହୋଇଛି, ଫଳରେ ସାଧାରଣ ଉପଭୋକ୍ତାମାନଙ୍କର ଖର୍ଚ୍ଚରେ ଅତିରିକ୍
ଇରାନ-ଇସ୍ରାଏଲ ସଂଘର୍ଷ     ଯୋଗୁ ତୈଳ ବଜାରରେ ହଇଚଇ, ଅଶୋଧିତ ତୈଳ ଓ ପେଟ୍ରୋଲ ମୂଲ୍ୟ ବୃଦ୍ଧି


ୱାଶିଂଟନ, 18 ଜୁନ୍ (ହି.ସ.)- ଇରାନ୍‌ ଓ ଇସ୍ରାଏଲ୍‌

ମଧ୍ୟରେ ଚାଲିଥିବା ସଂଘର୍ଷମୂଳକ ପରିସ୍ଥିତିର ପ୍ରଭାବ ବର୍ତ୍ତମାନ ବିଶ୍ୱ ଉର୍ଜା ବଜାରରେ

ସ୍ପଷ୍ଟ ଭାବେ ଦେଖାଯାଉଛି। ତେଲ ଓ ପେଟ୍ରୋଲର ଦାମରେ ହଠାତ୍ ବୃଦ୍ଧି ହୋଇଛି,

ଫଳରେ ସାଧାରଣ ଉପଭୋକ୍ତାମାନଙ୍କର ଖର୍ଚ୍ଚରେ ଅତିରିକ୍ତ

ଭାର ପଡ଼ିବାର ଆଶଙ୍କା ବଢ଼ିଛି।

ମଙ୍ଗଳବାର ଅମେରିକୀୟ ଅଶୋଧିତ

ତେଲର ଦାମରେ 2.9 ପ୍ରତିଶତ ବୃଦ୍ଧି ହୋଇଛି, ବୃଦ୍ଧି ପାଇବା ପରେ ପ୍ରତି ବ୍ୟାରେଲ୍‌ର

ମୂଲ୍ୟ 73.90 ଡଲାରରେ ପହଁଚିଛି। ଏହି ଦାମ ଜାନୁଆରୀ ଶେଷରୁ ଏପର୍ଯ୍ୟନ୍ତର ସବୁଠାରୁ ଉଚ୍ଚ

ସ୍ତରରେ ଅଛି। ସୋମବାର ଦିନ ଏହି ଦାମରେ 1.7 ପ୍ରତିଶତର ପତନ ଦେଖାଯାଇଥିଲା,

କିନ୍ତୁ ନୂଆ ସଂଘର୍ଷ ଆରମ୍ଭ ହେବା ପରେ ଏହି ଦାମ ପୁଣି

ବୃଦ୍ଧି ପାଇଛି।

ଗତ ସପ୍ତାହରେ ଇସ୍ରାଏଲ୍‌ ଦ୍ୱାରା ଇରାନ୍‌ ଉପରେ ହୋଇଥିବା ଆକାଶମାର୍ଗରେ

ଆକ୍ରମଣ ପରେ ଅଶୋଧିତ ତେଲର ଦାମରେ 13 ପ୍ରତିଶତ

ବୃଦ୍ଧି ଦେଖାଯାଇଥିଲା, ଯାହା ଅକ୍ଟୋବର

2022 ପରେ ସବୁଠାରୁ ବଡ଼ ସାପ୍ତାହିକ ବୃଦ୍ଧି ଥିଲା।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande