ଆସାମ : ବ୍ରହ୍ମପୁତ୍ର ନଦୀରେ ଓଲଟିଲା ଡ଼ଙ୍ଗା : ୫ ସ୍କୁଲ ପିଲା ସମେତ ୬ ନିଖୋଜ
ନଲବାଡ଼ି(ଆସାମ), ୧୯ ଜୁନ୍ (ହି.ସ.)- ନଲବାଡ଼ି ଜିଲ୍ଲାର ମୁକାଲମୁଆରେ ବ୍ରହ୍ମପୁତ୍ର ନଦୀରେ ଗୁରୁବାର ସକାଳେ ଡ଼ଙ୍ଗା ଓଲଟିବା ଫଳରେ ୫ ସ୍କୁଲ ପିଲା ସମେତ ୬ ଜଣ ନିଖୋଜ ଅଛନ୍ତି । ଯଦିଓ ଡ଼ଙ୍ଗାରେ ଥିବା ଅନ୍ୟମାନଙ୍କୁ ଉଦ୍ଧାର କରାଯାଇଛି । ଉଦ୍ଧାର କାର୍ଯ୍ୟ ଜାରି ରହିଛି । ସୂଚନା ଅନୁଯାୟୀ, ନଲବାଡ଼ି ଜିଲ୍
ଆସାମ : ବ୍ରହ୍ମପୁତ୍ର ନଦୀରେ ଓଲଟିଲା ଡ଼ଙ୍ଗା : ୫ ସ୍କୁଲ ପିଲା ସମେତ ୬ ନିଖୋଜ


ନଲବାଡ଼ି(ଆସାମ), ୧୯ ଜୁନ୍ (ହି.ସ.)- ନଲବାଡ଼ି ଜିଲ୍ଲାର ମୁକାଲମୁଆରେ ବ୍ରହ୍ମପୁତ୍ର ନଦୀରେ ଗୁରୁବାର ସକାଳେ ଡ଼ଙ୍ଗା ଓଲଟିବା ଫଳରେ ୫ ସ୍କୁଲ ପିଲା ସମେତ ୬ ଜଣ ନିଖୋଜ ଅଛନ୍ତି । ଯଦିଓ ଡ଼ଙ୍ଗାରେ ଥିବା ଅନ୍ୟମାନଙ୍କୁ ଉଦ୍ଧାର କରାଯାଇଛି । ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ସୂଚନା ଅନୁଯାୟୀ, ନଲବାଡ଼ି ଜିଲ୍ଲା ଅନ୍ତର୍ଗତ ବରଖେତ୍ରୀ ସର୍କଲ୍ ର ମୁକାଲମୁଆରେ ବ୍ରହ୍ମପୁତ୍ର ନଦୀରେ ଏକ ଯନ୍ତ୍ରଚାଳିତ ଡ଼ଙ୍ଗା ନାଦିୟା ଚରରୁ ଲାରକୁଚି ପାରାଧରା ପାରଘାଟ ଅଭିମୁଖେ ଆସୁଥିଲା । ଏହି ସମୟରେ ଡ଼ଙ୍ଗାଟି ବାଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଜିଲ୍ଲା ପ୍ରଶାସନ ସୂତ୍ରରୁ ମିଳିଥିବା ଖବର ଅନୁସାରେ, ଦୁର୍ଘଟଣା ପରେ ଜଣେ ବୟସ୍କ ବ୍ୟକ୍ତି ଏବଂ ୫ ଜଣ ସ୍କୁଲ ଛାତ୍ର-ଛାତ୍ରୀ ନିଖୋଜ ଅଛନ୍ତି । ଯଦିଓ ବିସ୍ତୃତ ରିପୋର୍ଟକୁ ଅପେକ୍ଷା କରାଯାଇଛି । ଦୁର୍ଘଟଣା ସମ୍ପର୍କରେ ସୂଚନା ମିଳିବା କ୍ଷଣି ଏସଡିଆରଏଫ ଏବଂ ପୋଲିସ ଟିମ୍ ଘଟଣାସ୍ଥଳରେ ପହଂଚି ଉଦ୍ଧାର ଅଭିଯାନ ଆରମ୍ଭ କରିଛନ୍ତି । ଏନଡିଆରଏଫ ସୂତ୍ରରୁ କୁହାଯାଇଛି ଯେ, ଟିମ୍ ଘଟଣାସ୍ଥଳରେ ପହଂଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି । କୁହାଯାଉଛି ଯେ, ଏହି ଡ଼ଙ୍ଗାରେ ୨୦ରୁ ୨୫ ଜଣ ଲୋକ ଯାତ୍ରା କରୁଥିଲେ, ଯେଉଁଥିରେ ସ୍କୁଲ ପିଲାଙ୍କ ସଂଖ୍ୟା ଅଧିକ ଥିଲା ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande