ବିହାରର ବେଗୁସରାୟରେ ନଦୀରେ ବୁଡି ଚାରିଜଣ ପିଲାଙ୍କର ମୃତ୍ୟୁ
ପଟନା 19 ଜୁନ (ହି.ସ)-ବିହାରର ବେଗୁସରାୟ ଜିଲ୍ଲାରେ ନଦୀରେ ଗାଧୋଉଥିବା ସମୟରେ ଚାରିଜଣ ପିଲା ବୁଡିଯିବାରୁ ମୃତ୍ୟୁ ଘଟିଥିବାବେଳେ ତିନିଜଣ ପିରଲାଙ୍କୁ ଉଦ୍ଧାର କରାଯାଇଛି।ମୃତକଙ୍କ ମଧ୍ୟରେ ସମସ୍ତ ପିଲା ଗୋଟିଏ ଗାଁର,ସେମାନଙ୍କ ମଧ୍ୟରୁ ଦୁଇଜଣ ଯାଆଁଳା ଭାଇ ଥ
ବିହାରର ବେଗୁସରାୟରେ ନଦୀରେ ବୁଡି ଚାରିଜଣ ପିଲାଙ୍କର ମୃତ୍ୟୁ


ପଟନା 19 ଜୁନ (ହି.ସ)-ବିହାରର

ବେଗୁସରାୟ ଜିଲ୍ଲାରେ ନଦୀରେ ଗାଧୋଉଥିବା

ସମୟରେ ଚାରିଜଣ ପିଲା ବୁଡିଯିବାରୁ ମୃତ୍ୟୁ ଘଟିଥିବାବେଳେ

ତିନିଜଣ ପିରଲାଙ୍କୁ ଉଦ୍ଧାର କରାଯାଇଛି।ମୃତକଙ୍କ ମଧ୍ୟରେ ସମସ୍ତ ପିଲା ଗୋଟିଏ ଗାଁର,ସେମାନଙ୍କ

ମଧ୍ୟରୁ ଦୁଇଜଣ ଯାଆଁଳା ଭାଇ ଥିଲେ।ଘଟଣା ସମ୍ପର୍କରେ ସୁଚନା ପାଇବା ପରେ ସ୍ଥାନୀୟ ବୁଡାଳୀଙ୍କ

ଦ୍ୱାରା ଚାରୋଟି ମୃତଦେହକୁ ଗୋଟିଏ ପରେ ଗୋଟିଏ ବାହାର କରାଯାଇଥିଲା।ପୋଲିସ ସୁଚନା ଅନୁଯାୟୀ

ଜିଲ୍ଲାର ଖୋଦାବନ୍ଦପୁର ଥାନା ଅଞ୍ଚଳରେ ସାଗୀ ପଞ୍ଚାୟତର ନୁରଲ୍ଲାହପୁର ଗ୍ରାମର ମୋଟ ଆଠଜଣ ପିଲା

ବୁଢି ଗଣ୍ଡକ ନଦୀର ସହନୀ ଘାଟକୁ ଗାଧୋଇବାକୁ ଆସିଥିଲେ।ଗାଧୋଇବା ସମୟରେ ଚାରିଜଣ ପିଲା ବୁଡି

ଯିବାରୁ ମୃତ୍ୟୁ ଘଟିଛି ,ଯେତେବେଳେ ତିନିଜଣ ପିଲା କୌଣସି ପ୍ରକାରେ ବାହାରକୁ ବାହାରି

ଆସିଥିଲେ।ଘଟଣାସ୍ଥଳରେ ପୋଲିସ ପହଁଞ୍ଚି ମୃତଦେହକୁ ପୋଷ୍ଟମଟମ ପାଇଁ ପଠାଇଛି।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande