ମିଠି ନଦୀ ସଫେଇ ଦୁର୍ନୀତିରେ ଅଭିନେତା ଡିନୋ ମୋରିୟାଙ୍କୁ ପୁଣି ଇଡିର ପଚରାଉଚୁରା
ମୁମ୍ବାଇ, ୧୯ ଜୁନ୍ (ହି.ସ.)- ପ୍ରବର୍ତନ ନିର୍ଦ୍ଦେଶାଳୟ(ଇଡି) ଗୁରୁବାର ଅଭିନେତା ଡିନୋ ମୋରିୟାଙ୍କୁ ପୁଣି ପଚରାଉଚୁରା କରିଛି । ମୁମ୍ବାଇ କାର୍ଯ୍ୟାଳୟରେ ପଚରାଉଚୁରା ନିମନ୍ତେ ହାଜର ହେବା ବେଳେ ତାଙ୍କ ସହିତ ତାଙ୍କ ଭାଇ ସୈଂଟିନୋ ମୋରିୟା ମଧ୍ୟ ଉପସ୍ଥିତ ଥିଲେ । ମିଠି ନଦୀ ସଫେଇ ପ୍ରକଳ୍ପରେ ୬୫ କୋଟି
ମିଠି ନଦୀ ସଫେଇ ଦୁର୍ନୀତିରେ ଅଭିନେତା ଡିନୋ ମୋରିୟାଙ୍କୁ ପୁଣି ଇଡିର ପଚରାଉଚୁରା


ମୁମ୍ବାଇ, ୧୯ ଜୁନ୍ (ହି.ସ.)- ପ୍ରବର୍ତନ ନିର୍ଦ୍ଦେଶାଳୟ(ଇଡି) ଗୁରୁବାର ଅଭିନେତା ଡିନୋ ମୋରିୟାଙ୍କୁ ପୁଣି ପଚରାଉଚୁରା କରିଛି । ମୁମ୍ବାଇ କାର୍ଯ୍ୟାଳୟରେ ପଚରାଉଚୁରା ନିମନ୍ତେ ହାଜର ହେବା ବେଳେ ତାଙ୍କ ସହିତ ତାଙ୍କ ଭାଇ ସୈଂଟିନୋ ମୋରିୟା ମଧ୍ୟ ଉପସ୍ଥିତ ଥିଲେ । ମିଠି ନଦୀ ସଫେଇ ପ୍ରକଳ୍ପରେ ୬୫ କୋଟି ଟଙ୍କା ଦୁର୍ନୀତିକୁ ନେଇ ଏହି ପଚରାଉଚୁରା ହୋଇଛି । ଏହି ମାମଲାରେ ଇଡି ପୂର୍ବରୁ ମଧ୍ୟ ଡିନୋ ମୋରିୟାଙ୍କୁ ପଚରାଉଚୁରା କରିଥିଲା । ଏବେ ପୁଣି ଥରେ ତାଙ୍କୁ ଯାଂଚ୍ ଏଜେନ୍ସୀ ସମ୍ମୁଖରେ ହାଜର ହେବାକୁ ପଡିଛି । ଯାହାକୁ ନେଇ ମାମଲା ପୁଣିଥରେ ଖବର ମୁଖ୍ୟାଂଶକୁ ଆସିଛି ।

ମିଠି ନଦୀ ଦୁର୍ନୀତିର ତଦନ୍ତ କ୍ରମେ ଇଡି ପକ୍ଷରୁ କୋଚୀ ଏବଂ ମୁମ୍ବାଇ ସମେତ ଦେଶବ୍ୟାପୀ ୧୫ରୁ ଅଧିକ ସ୍ଥାନରେ ଚଢ଼ଉ କରାଯାଇଥିଲା । ତନ୍ମଧ୍ୟରେ ଅଭିନେତା ଡିନୋ ମୋରିୟାଙ୍କ ବାନ୍ଦ୍ରା ସ୍ଥିତ ବାସଭବନ ମଧ୍ୟ ସାମିଲ୍ ଥିଲା ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande