ନିଟ୍ ପେପର୍ ଲିକ୍ ମାମଲାରେ ରାଂଚି ଓ ପାଟନାରେ ଇଡ଼ି ଚଢ଼ଉ
ରାଂଚି, ୧୯ ଜୁନ୍ (ହି.ସ.)- ପ୍ରବର୍ତନ ନିର୍ଦ୍ଦେଶାଳୟ (ଇଡି) ଟିମ୍ ନିଟ୍ ପେପର୍ ଲିକ୍ ମାମଲାରେ ରାଂଚି ଓ ପାଟନାରେ ଚଢ଼ଉ କରିଛି । ଅଫିସିଆଲ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଗୁରୁବାର ସକାଳେ ଇଡି ଟିମ୍ ରାଂଚିର ବରିୟାତୁ ଏବଂ ପାଟନାର କେତେକ ଠିକଣାରେ ପହଂଚି ତଲାସୀ ନେଇଛି । ନିଟ୍ ପେପର୍ ଲିକ୍ ମ
ନିଟ୍ ପେପର୍ ଲିକ୍ ମାମଲାରେ ରାଂଚି ଓ ପାଟନାରେ ଇଡ଼ି ଚଢ଼ଉ


ରାଂଚି, ୧୯ ଜୁନ୍ (ହି.ସ.)- ପ୍ରବର୍ତନ ନିର୍ଦ୍ଦେଶାଳୟ (ଇଡି) ଟିମ୍ ନିଟ୍ ପେପର୍ ଲିକ୍ ମାମଲାରେ ରାଂଚି ଓ ପାଟନାରେ ଚଢ଼ଉ କରିଛି । ଅଫିସିଆଲ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଗୁରୁବାର ସକାଳେ ଇଡି ଟିମ୍ ରାଂଚିର ବରିୟାତୁ ଏବଂ ପାଟନାର କେତେକ ଠିକଣାରେ ପହଂଚି ତଲାସୀ ନେଇଛି ।

ନିଟ୍ ପେପର୍ ଲିକ୍ ମାମଲାରେ ଗିରଫ ହୋଇଥିବା ମାଷ୍ଟରମାଇଣ୍ଡ ସଞ୍ଜୀବ ମୁଖିୟାର ସମ୍ପର୍କୀୟଙ୍କ ଠିକଣାରେ ଇଡି ଟିମ୍ ଚଢ଼ଉ କରିଛି । ନିଟ୍ ପେପର୍ ଲିକ୍ ମାମଲାରେ ହୋଇଥିବା ମନି ଲାଣ୍ଡ୍ରିଙ୍ଗକୁ ନେଇ ଏହି ଚଢ଼ଉ ଚାଲିଛି । ସିବିଆଇ ପକ୍ଷରୁ ଦାୟର୍ ମାମଲା ଆଧାରରେ ଇସିଆଇଆର ପ୍ରସ୍ତୁତ କରିବା ପରେ ଇ.ଡ଼ି. ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande