ୱାଶିଂଟନ 19 ଜୁନ (ହି.ସ)-ରାଷ୍ଟ୍ରପତି ଡ୍ରୋନାଲ୍ଡ ଟ୍ରମ୍ପ
ମଙ୍ଗଳବାର ରାତିରେ ଇରାନ ଉପରେ ଆକ୍ରମଣର ଯୋଜନାକୁ
ଅନୁମୋଦନ କରିଛନ୍ତି। ସେ ଏହି ବିଷୟରେ ଚୁଡାନ୍ତ ନିଷ୍ପତ୍ତି ନେଇନାହାନ୍ତି ଯେ ଆକ୍ରମଣ କରିବେ କି
ନାହିଁ।ଆନୁଷ୍ଠାନିକ ଭାବରେ ସେ ଏହା ମଧ୍ୟ ନିଷ୍ପତ୍ତି ନେଇନାହାନ୍ତି ଯେ ଇସ୍ରାଏଲର ବିମାନ
ଅଭିଯାନରେ ଯୋଗଦେବେ କି ନାହିଁ।ଆମେରିକାର ସିବିଏସ ନ୍ୟୁଜ ଚ୍ୟାନେଲ ଜୁନ 18 ତାରିଖରେ ପ୍ରସାରିତ
ରିପୋର୍ଟରେ ଏହା ଦାବି କରିଛି ଯେ ବରିଷ୍ଠ ଗୁଇନ୍ଦା ସୁତ୍ର ଏବଂ ପ୍ରତିରକ୍ଷା ବିଭାଗର ଅଧିକାରୀଙ୍କ
ଉଦ୍ଧୃତି ଦେଇ କରାଯାଇଛି।ସିବିଏସ ନ୍ୟୁଜ ରିପୋର୍ଟ କରିଛି ଯେ ଯଦି ତେହେରାନ ଏହାର ପରମାଣୁ
କାର୍ଯ୍ୟକ୍ରମକୁ ପରିତ୍ୟାଗ କରିବାକୁ ରାଜି ହୁଏ ତେବେଆମେରିକା ଆକ୍ରମଣ କରିବ ନାହିଁ।ଟ୍ରମ୍ପ
ଆକ୍ରମଣର ଯୋଜନାକୁ ଅନୁମୋଦନ କରିବା ସମୟରେ ଏହା କହିଥଲେ।ଚ୍ୟାନେଲ ଅନୁଯାୟୀ ଏହି ଖବର ପ୍ରଥମେ ଦ
ୱାଲ ଷ୍ଟ୍ରିଟ ଜର୍ନଲ ଦ୍ୱାରା ପ୍ରକାଶିତ ହୋଇଥିଲା।ହ୍ୱାଇଟ ହାଉସ ଏ ବିଷୟରେ ମନ୍ତବ୍ୟ ପାଇଁ ଅନୁରୋଧର
ତୁରନ୍ତ ଉତ୍ତର ଦେଇନଥିଲା।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା