ପାଟନା 19 ଜୁନ (ହି.ସ)-ବିହାରରେ ହେବାକୁ ଥିବା ବିଧାନସଭା ନିର୍ବାଚନ
ପୁର୍ବରୁ ସମସ୍ତ ରାଜନୈତିକ ଦଳ ସେମାନଙ୍କର ପ୍ରସ୍ତୁତିକୁ ଜୋରଦାର କରିଛନ୍ତି।ଅନେକ ଦଳର ଶୀର୍ଷ
ନେତୃତ୍ୱ ବିହାର ଗ୍ରସ୍ତ କରୁଛନ୍ତି।ଏହି କ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ 20 ଜୁନ
ଶୁକ୍ରବାର ଦିନ ସିୱାନ ଜିଲ୍ଲାର ପଚରୁଖୀ ବ୍ଲକର ଜସୌଲୀରେ ଏକ ସାଧାରଣ ସଭାକୁ ସମ୍ବୋଧିତ
କରିବେ।ତାଙ୍କ କାର୍ଯ୍ୟକ୍ରମ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି।ସିୱାନ ପ୍ରଶାସନ ପକ୍ଷରୁ
ମିଳିଥିବା ସୁଚନା ଅନୁସାରେ ପ୍ରସ୍ତୁତି ସମ୍ପର୍କରେ କୁହାଯାଇଛି ଯେ ସାଧାରଣ ଲୋକଙ୍କ ସୁବିଧା
ଏବଂ ସୁରକ୍ଷାକୁ ଦୃଷ୍ଟିରେ ରଖି ସଭାସ୍ଥଳରେ ଏକ ସ୍ୱତନ୍ତ୍ର ପ୍ରବେଶ ଦ୍ୱାର କରାଯିବ।ଏହି
ପ୍ରବେଶ ଦ୍ୱାର ଗୁଡିକରେ ଆଧୁନିକ ମେଟଲ ଡିଟେକ୍ଟର ଲଗାଯିବ,ଏହା ଦେଇଯିବା ପରେ ହିଁ ଲୋକମାନେ ପଣ୍ଡାଲରେ ପ୍ରବେଶ କରିପାରିବେ।କେବଳ
ଏତିକି ନୁହେଁ ,ପ୍ରତ୍ୟେକ ଗେଟରେ ସୁରକ୍ଷାକର୍ମୀ ନିୟୋଜିତ ହେବେ ଏବଂ ଲୋକଙ୍କୁ ସମ୍ପୁର୍ଣ୍ଣ
ଯାଞ୍ଚ କରାଯିବ।ଏହାପରେ ହିଁ ପ୍ରବେଶ ଅନୁମତି ଦିଆଯିବ।ଯେ କୌଣସି ପ୍ରକାରର ଆପତ୍ତିଜନକ ବସ୍ତୁ
ପ୍ରବେଶ ଉପରେ ସମ୍ପୁର୍ଣ୍ଣ ନିଷେଧ ରହିବ।ଏହା
ସହିତ ଆସ୍ଥାୟୀ ଶୌଚାଳୟ ବ୍ୟବସ୍ଥା କରାଯାଇଛି।ପ୍ରସ୍ତୁତି ପାଇଁ ଦୃଢ ବ୍ୟବସ୍ଥା କରାଯାଇଛି।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା