ନୂଆଦିଲ୍ଲୀ, ଜୁନ୍ ୧୯ (ହିସ)- କଂଗ୍ରେସ ସଂସଦୀୟ ଦଳ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଚାରି ଦିନ ପରେ ଆଜି ସର୍ ଗଙ୍ଗା ରାମ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି। ପେଟ ଜନିତ ଅସୁସ୍ଥତା ଯୋଗୁଁ ତାଙ୍କୁ ଜୁନ୍ ୧୫ ତାରିଖରେ ଭର୍ତି କରାଯାଇଥିଲା। ଡିସଚାର୍ଜ ହେବା ପରେ ତାଙ୍କ ପୁଅ ଏବଂ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ସୋନିଆ ଗାନ୍ଧୀଙ୍କୁ ଗ୍ରହଣ କରିବାକୁ ହସ୍ପିଟାଲରେ ପହଂଚିଥିଲେ। ଆଜି ରାହୁଲ ଗାନ୍ଧୀଙ୍କ ଜନ୍ମଦିନ ମଧ୍ୟ। ଦଳୀୟ ନେତା ଏବଂ ଶୁଭେଚ୍ଛୁମାନେ ସୋନିଆ ଗାନ୍ଧୀଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି। ଡାକ୍ତରମାନେ ସୋନିଆ ଗାନ୍ଧୀଙ୍କୁ ବିଶ୍ରାମ ନେବାକୁ ପରାମର୍ଶ ଦେଇଛନ୍ତି। ସର୍ ଗଙ୍ଗା ରାମ ହସ୍ପିଟାଲ ଅନୁଯାୟୀ, ସୋନିଆ ଗାନ୍ଧୀଙ୍କ ଅବସ୍ଥା ସ୍ଥିର ଅଛି ଏବଂ ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି। ପେଟ ସଂକ୍ରମଣ ଯୋଗୁଁ ତାଙ୍କୁ ଏଠାରେ ଭର୍ତି କରାଯାଇଥିଲା। ବର୍ତମାନ ତାଙ୍କ ଅବସ୍ଥାରେ ଉନ୍ନତି ଆସିଛି। ୭୮ ବର୍ଷୀୟ ସୋନିଆଙ୍କୁ ଗ୍ୟାଷ୍ଟ୍ରୋ ବିଭାଗରେ ନିରୀକ୍ଷଣରେ ରଖାଯାଇଛି। ସୋନିଆଙ୍କୁ ଏହି ମାସରେ ଦ୍ୱିତୀୟ ଥର ପାଇଁ ହସ୍ପିଟାଲରେ ଭର୍ତି କରିବାକୁ ପଡିଥିଲା। ପୂର୍ବରୁ ଜୁନ୍ ୭ ତାରିଖରେ ସିମଲାର ଇନ୍ଦିରା ଗାନ୍ଧୀ ମେଡିକାଲ କଲେଜ ଏବଂ ହସ୍ପିଟାଲରେ ତାଙ୍କର ଏମଆରଆଇ କରାଯାଇଥିଲା।
---------
---------------
ହିନ୍ଦୁସ୍ଥାନ ସମାଚାର / ଗଗନ