ତେଲ ଅବୀବ (ଇସ୍ରାଏଲ,ତେହରାନ(ଇରାନ)19 ଜୁନ (ହି.ସ)-ଇରାନ ଏବଂ ଇସ୍ରାଏଲ
ମଧ୍ୟରେ ସାମରିକ ସଙ୍ଘର୍ଷର ସପ୍ତମ ଦିନରେ ଉଭୟ ପାର୍ଶ୍ୱରେ ବ୍ୟାପକ କ୍ଷୟକ୍ଷତି ହୋଇଛି।ଇସ୍ରାଏଲ
କହିଛି ଯେ ଇରାନ ଆଜି ଏହାର ଜନବସତି ଅଞ୍ଚଳ ଏବଂ ହସ୍ପିଟାଲ ଉପରେ ବାଲିଷ୍ଟିକ କ୍ଷେପଣାସ୍ତ୍ର
ମାଡ କରିଛି।ଇରାନ କହିଛି ଯେ ଇସ୍ରାଏଲ ସକାଳେ ଏହାର ଅରାକ ଭାରି ଜଳ ରିଆକ୍ଟର ଉପରେ ବୋମା
ପକାଇଥିଲେ।ଆମେରିକାର ସୀଏନଏନ ଚ୍ୟାନେଲର ରିପୋର୍ଟ ଅନୁସାରେ ଇସ୍ରାଏଲ ସାମରିକ ଅଧିକାରୀ
କହିଛନ୍ତି ଯେ ଇରାନ ଆଜି ଦର୍ଜନେ ବେଲିଷ୍ଟିକ କ୍ଷେପଣାସ୍ତ୍ର ମାଡ କରିଛି।ଏହି
କ୍ଷେପଣାସ୍ତ୍ରଗୁଡିକ ମଧ୍ୟରୁ ଅନେକ ବେସାମରିକ ଅଞ୍ଚଳରେ ପଡିଥିଲା।ଏହା ଦକ୍ଷିଣ ଇସ୍ରାଏଲର
ପ୍ରମୁଖ ସୋରୋକା ହସ୍ପିଟାଲ ସମେତ ଅନେକ ଜନବସତି ଅଞ୍ଚଳକୁ ପ୍ରବଳ କ୍ଷତି
ପହଁଞ୍ଚାଇଥିଲା।ଅଧିକାରୀ ଜଣକ କହିଛନ୍ତି ଯେ ଇସ୍ରାଏଲ ଡିଫେନ୍ସଫୋର୍ସେଜ ହୋମଫ୍ରଣ୍ଟ କମାଣ୍ଡ
ସର୍ଚ୍ଚ ଏଣ୍ଡ ରେସ୍କ୍ୟୁ ଟିମକୁ ପ୍ରଭାବିତ
ଅଞ୍ଚଳକୁ ପଠାଯାଇଛି।ଏହି ଅଧିକାରୀ କହିଛନ୍ତି ଯେ ଦକ୍ଷିଣୀ ଇସ୍ରାଏଲ ସହର ବେୟର -ସେବାରେ ଏକ ପ୍ରମୁଖ ହସ୍ପିଟାଲ ଇରାନୀ ଆକ୍ରମଣରେ କ୍ଷତିଗ୍ରସ୍ତ ହୋଇଛି।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା