ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ଭଦ୍ରୱାହର ଘନ ଜଙ୍ଗଲ ଓ ପାହାଡିଆ ଅଂଚଳରେ ଅଭିଯାନକୁ ଦ୍ରୁତ କଲା ସେନା
ଭଦ୍ରୱାହ, 19 ଜୁନ୍ (ହି.ସ.) - ଜମ୍ମୁ ଓ କାଶ୍ମୀରରେ ପ୍ରମୁଖ ପର୍ଯ୍ୟଟନ ସ୍ଥଳଗୁଡ଼ିକୁ ପୁନଃ ଖୋଲାଯିବା ସହିତ ସେନା ସମସ୍ତ ଭ୍ରମଣକାରୀ ଏବଂ ସ୍ଥାନୀୟ ଲୋକଙ୍କର ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ସୁରକ୍ଷା ବ୍ୟବସ୍ଥାକୁ ବୃଦ୍ଧି କରିଛି। ଭାରତୀୟ ସେନାର ୪ ରାଷ୍ଟ୍ରୀୟ ରା
ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ     ଭଦ୍ରୱାହର ଘନ ଜଙ୍ଗଲ ଓ ପାହାଡିଆ ଅଂଚଳରେ ଅଭିଯାନକୁ ଦ୍ରୁତ କଲା ସେନା


ଭଦ୍ରୱାହ, 19 ଜୁନ୍ (ହି.ସ.)

- ଜମ୍ମୁ ଓ

କାଶ୍ମୀରରେ ପ୍ରମୁଖ ପର୍ଯ୍ୟଟନ ସ୍ଥଳଗୁଡ଼ିକୁ ପୁନଃ ଖୋଲାଯିବା ସହିତ ସେନା ସମସ୍ତ ଭ୍ରମଣକାରୀ

ଏବଂ ସ୍ଥାନୀୟ ଲୋକଙ୍କର ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ସୁରକ୍ଷା ବ୍ୟବସ୍ଥାକୁ ବୃଦ୍ଧି

କରିଛି। ଭାରତୀୟ ସେନାର ୪ ରାଷ୍ଟ୍ରୀୟ ରାଇଫଲ୍ସ ଜମ୍ମୁ ଅଞ୍ଚଳର ଭଦ୍ରବାହର ଘନ ଜଙ୍ଗଲ ଓ ପାହାଡ଼ିଆ

ଅଞ୍ଚଳରେ ଗସ୍ତ ବଢ଼ାଇଛି। ଗସ୍ତର ଉଦ୍ଦେଶ୍ୟ ହେଉଛି ବାସିନ୍ଦା ଏବଂ ପର୍ଯ୍ୟଟକ ଉଭୟଙ୍କୁ

ଆଶ୍ୱସ୍ତ କରିବା ସହିତ କୌଣସି ଅସାମାଜିକ କିମ୍ବା ବିଘାତକାରୀ କାର୍ଯ୍ୟକଳାପକୁ ରୋକିବା।

ଜମ୍ମୁ ଓ କାଶ୍ମୀରରେ ପ୍ରମୁଖ

ପର୍ଯ୍ୟଟନ ସ୍ଥଳଗୁଡିକ ନିକଟରେ ଖୋଲିବା ସହ, ଭାରତୀୟ ସେନା ଏହି ଅଞ୍ଚଳକୁ ଆସୁଥିବା କିମ୍ବା ରହୁଥିବା ପ୍ରତ୍ୟେକ ବ୍ୟକ୍ତିର ସୁରକ୍ଷା

ନିଶ୍ଚିତ କରିବା ପାଇଁ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରିଛି। ଦୂର ଅଞ୍ଚଳଗୁଡିକରେ ଆକାଶମାର୍ଗରେ

ନଜର ପାଇଁ ପଦଚାରୀ ଗସ୍ତ ସହିତ ଡ୍ରୋନ୍‌ ମଧ୍ୟ ନିୟୋଜିତ କରାଯାଇଛି,

ଯାହା ଦ୍ୱାରା ସେନା କଠିନ ଅଞ୍ଚଳଗୁଡିକୁ ଅଧିକ

ପ୍ରଭାବଶାଳୀ ଭାବେ ନଜର ରଖିପାରିବ। ଡୋଡାରେ ସେନାଙ୍କର ଆତଙ୍କବାଦ ବିରୋଧୀ ଅଭିଯାନଗୁଡିକ

ସକାରାତ୍ମକ ପରିଣାମ ଦେଇଛି, ଯାହା ଅଞ୍ଚଳର

ସୁରକ୍ଷାକୁ ଅଧିକ ଦୃଢ଼ କରିଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande