ଅହମଦାବାଦ ବିମାନ ଦୁର୍ଘଟଣା- ଡେଟା ରିକଭରି ପାଇଁ ଆମେରିକା ପଠାଯିବ ବ୍ଲାକ ବକ୍ସ
ଅହମଦାବାଦ, 19 ଜୁନ୍ (ହି.ସ.) - ଏୟାର୍ ଇଣ୍ଡିଆ ଦୁର୍ଘଟଣାରେ ଗୁରୁତର ଭାବେ କ୍ଷତିଗ୍ରସ୍ତ ବ୍ଲାକ୍ ବକ୍ସର ବିସ୍ତୃତ ବିଶ୍ଳେଷଣ ପାଇଁ ଏହାକୁ ଆମେରିକାକୁ ପଠାଇବା ପାଇଁ ପ୍ରସ୍ତୁତି ଚାଲିଛି। ଦୁର୍ଘଟଣା ସମୟରେ ନିଆଁ ଲାଗିଥିବାରୁ ବ୍ଲାକ୍ ବକ୍ସ ବ୍ୟାକ କ୍ଷତିଗ୍ରସ୍ତ ହୋଇଥ
ଅହମଦାବାଦ ବିମାନ ଦୁର୍ଘଟଣା-     ଡେଟା ରିକଭରି ପାଇଁ ଆମେରିକା ପଠାଯିବ ବ୍ଲାକ ବକ୍ସ


ଅହମଦାବାଦ, 19 ଜୁନ୍ (ହି.ସ.)

- ଏୟାର୍ ଇଣ୍ଡିଆ

ଦୁର୍ଘଟଣାରେ ଗୁରୁତର ଭାବେ କ୍ଷତିଗ୍ରସ୍ତ ବ୍ଲାକ୍ ବକ୍ସର ବିସ୍ତୃତ ବିଶ୍ଳେଷଣ ପାଇଁ ଏହାକୁ

ଆମେରିକାକୁ ପଠାଇବା ପାଇଁ ପ୍ରସ୍ତୁତି ଚାଲିଛି। ଦୁର୍ଘଟଣା ସମୟରେ ନିଆଁ ଲାଗିଥିବାରୁ ବ୍ଲାକ୍

ବକ୍ସ ବ୍ୟାକ କ୍ଷତିଗ୍ରସ୍ତ ହୋଇଥିବାରୁ ଭାରତରେ ଏଥିରୁ ତଥ୍ୟ ମିଳିପାରିନାହିଁ।

ଏୟାର୍ ଇଣ୍ଡିଆର ବୋଇଂ 787

ଦୁର୍ଘଟଣାରେ ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଥିବା ଫ୍ଲାଇଟ୍ ଡାଟା ରେକର୍ଡର୍ର ତଦନ୍ତ ୱାଶିଂଟନ

ସ୍ଥିତ ନ୍ୟାସନାଲ୍ ସେଫ୍‌ଟି ଟ୍ରାନ୍ସପୋର୍ଟ ବୋର୍ଡର ଲ୍ୟାବରେ କରାଯିବ। ଏନଟିଏସବିର ଟିମ୍

ଭାରତୀୟ ଅଧିକାରୀମାନଙ୍କର ସୁରକ୍ଷା ଓ ନିରୀକ୍ଷଣରେ ଏହାକୁ ତାଙ୍କ ଲ୍ୟାବକୁ ନେବେ। ଯେହେତୁ

ଦୁର୍ଘଟଣାରେ ୫୩ ଜଣ ବ୍ରିଟିଶ୍ ନାଗରିକ ମୃତ୍ୟୁବରଣ କରିଥିଲେ,

ସେହିପାଇଁ ୟୁନାଇଟେଡ୍ କିଙ୍ଗଡମ୍‌ର ବାୟୁ ଦୁର୍ଘଟଣା

ତଦନ୍ତ ଶାଖାର ପ୍ରତିନିଧିମାନେ ମଧ୍ୟ ଏହି ବିଶ୍ଳେଷଣରେ ଅଂଶଗ୍ରହଣ କରିବେ।

ଏହି ରେକର୍ଡିଂ ଉପକରଣରୁ

ଡାଟା ମିଳିବାରେ ଦୁଇ ଦିନରୁ ଆରମ୍ଭ କରି କିଛି ମାସ ପର୍ଯ୍ୟନ୍ତ ସମୟ ଲାଗିପାରେ,

ଯାହା ଉପକରଣଗୁଡ଼ିକ କେତେ ଗୁରୁତର ଭାବେ କ୍ଷତିଗ୍ରସ୍ତ

ହୋଇଛି, ତାହା ଉପରେ ନିର୍ଭର କରିଥାଏ।

ତଦନ୍ତର ପରିଣାମ ଭାରତୀୟ ବିମାନ ଦୁର୍ଘଟଣା ତଦନ୍ତ ବ୍ୟୁରୋସହିତ ଅଂଶୀଦାରି କରାଯିବ। ଆନ୍ତର୍ଜାତିକ ପ୍ରୋଟୋକଲ୍

ଅନୁସାରେ, ଯେଉଁ ଦେଶରେ

ଦୁର୍ଘଟଣା ଘଟିଛି, ସେହି ଦେଶ ତଦନ୍ତର

ନେତୃତ୍ୱ କରିବା ଉଚିତ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande