ସଚେତନତାଧର୍ମୀ ଚଳଚଚ୍ଚିତ୍ର ଆସକ୍ତ'ର ସ୍ୱତନ୍ତ୍ର ପ୍ରଦର୍ଶନ ଅନୁଷ୍ଠିତ
Bhubaneswar, 2 ଜୁନ୍ (ହି.ସ.) ନିଶା ସେବନ ଆଧୁନିକ ସମାଜର ବିପର୍ଯ୍ୟୟର କାରଣ । ଏହା ଏକ ସାମାଜିକ ବ୍ୟାଧି । ଏହା ସମାଜରେ ଅପରାଧ ବୃଦ୍ଧି ଘଟାଇବା ସହ ଜାତୀୟ ପ୍ରଗତିରେ ବାଧକ ସାଜେ । ଯୁବ ଓ ଛାତ୍ର ସମାଜର ଭବିଷ୍ୟତକୁ ଅନ୍ଧକାକୁ ଠେଲିଦିଏ । ତେଣୁ ଏ ନେଇ ସଚେତନତା କରାଯିବା ନିହାତି ଜରୁର
ସଚେତନତାଧର୍ମୀ ଚଳଚଚ୍ଚିତ୍ର ଆସକ୍ତ'ର ସ୍ୱତନ୍ତ୍ର ପ୍ରଦର୍ଶନ ଅନୁଷ୍ଠିତ


Bhubaneswar, 2 ଜୁନ୍ (ହି.ସ.)

ନିଶା ସେବନ ଆଧୁନିକ ସମାଜର ବିପର୍ଯ୍ୟୟର କାରଣ । ଏହା ଏକ ସାମାଜିକ ବ୍ୟାଧି । ଏହା ସମାଜରେ ଅପରାଧ ବୃଦ୍ଧି ଘଟାଇବା ସହ ଜାତୀୟ ପ୍ରଗତିରେ ବାଧକ ସାଜେ । ଯୁବ ଓ ଛାତ୍ର ସମାଜର ଭବିଷ୍ୟତକୁ ଅନ୍ଧକାକୁ ଠେଲିଦିଏ । ତେଣୁ ଏ ନେଇ ସଚେତନତା କରାଯିବା ନିହାତି ଜରୁରୀ । ଅଭିନେତା ତଥା କର ଫାଉଣ୍ଡେସନର ଅଧ୍ୟକ୍ଷ ଚନ୍ଦନ କରଙ୍କ ଉଦ୍ୟମ ଏବଂ ଏଫ.ଏମ୍.ଡି. ଫିଲ୍ମ ଦ୍ୱାରା ଏକ ସଚେତନତା ମୂଳକ ଚଳଚ୍ଚିତ୍ର ଆସକ୍ତ'ର ସ୍ୱତନ୍ତ୍ର ପ୍ରଦର୍ଶନ ଭୁବନେଶ୍ୱରସ୍ଥିତ ଜୟଦେବ ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଅଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଓଡ଼ିଶା ପାଇକ ଆଖଡ଼ା ମହାସଂଘର ସଭାପତି ତଥା ଜଣାଶୁଣା ସମାଜସେବୀ ଡ. ପ୍ରକାଶ ଶ୍ରୀଚନ୍ଦନ ଓ ଜଣାଶୁଣା ହାସ୍ୟ ଅଭିନେତା ଜୀବନ ପଣ୍ଡା ଓ ସାମାଜିକ କର୍ମୀ ମୀର ଅହମ୍ମଦ ଅଲ୍ଲୀ ଯୋଗଦେଇ ସାମ୍ପ୍ରତିକ ପରିସ୍ଥିତିରେ ଏହିଭଳି ଚଳଚ୍ଚିତ୍ର ତିଆରି ହେବା ଦରକାର ବୋଲି ମତବ୍ୟକ୍ତ କରିବା ସହ ଅଭିନେତା ଚନ୍ଦନକରଙ୍କ ସାଧୁ ଉଦ୍ୟମକୁ ଭୂୟସୀ ପ୍ରଶଂସା କରିଥିଲେ । ଏହି ଚଳଚ୍ଚିତ୍ରରେ ଅଭିନେତା ଚନ୍ଦନ କର, ଜ୍ଞାନ ବାରିକ, ସୁରଭି ପ୍ରିୟଦର୍ଶିନୀ, ଦୀପକ ମହାରଣା, କୁସୁମ ତି୍ରପାଠୀ, ମାନସ ମିଶ୍ର ପ୍ରମୁଖ ନିଖୁଣ ଅଭିନୟ କରିଛନ୍ତି । ରାକେଶ ସାମଲ୍ ଏହାର ନିଦେ୍ର୍ଦଶନା ଦେଇଥିବା ବେଳେ ସାଇ ପ୍ରସାଦ ପଣ୍ଡା କି୍ରଏଟିଭ୍ ଦାୟିତ୍ୱ ତୁଲାଇଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande